ଗଜପତି ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ


ଗଜପତି ଜିଲ୍ଲାସ୍ତରୀୟ ମହାରାଜ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ
ପାରଳାଖେମୁଣ୍ଡି:୨୬/୪(ଗରୁଡ଼ ଧ୍ଵଜ ଚୌଧୁରୀ) ସ୍ଵତନ୍ତ୍ର ଓଡିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର,ଭାଷାଭିତ୍ତିକ ରାଷ୍ଟ୍ର ନିର୍ମାଣର ବଳିଷ୍ଠ ବିନ୍ଧାଣୀ ଉତ୍କଳ ବାସୀଙ୍କ ପାଇଁ ଗୌରବର ସ୍ୱାକ୍ଷର ବହନ କରୁଥିବା ଓଡିଶାର ପ୍ରଥମ ପ୍ରଧାନମନ୍ତ୍ରୀ ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୪ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ସ୍ଥାନୀୟ ପାରଳାଖେମୁଣ୍ଡି ସହରରେ ପାଳିତ ହୋଇଯାଇଛି | ସକାଳ ରେ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ,ମାନ୍ୟବର ସାଂସଦ ,ବ୍ରହ୍ମପୁର ,ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ,ମାନ୍ୟବର ବିଧାୟକ ,ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ବିଜୟ କୁମାର ଦାଶ ,ଜିଲ୍ଲାପାଳ ,ଗଜପତି, ଶ୍ରୀମତୀ ନିର୍ମଳା ସେଠୀ ,ଅଧ୍ୟକ୍ଷା, ପୌରପରିଷଦ ପାରଳାଖେମୁଣ୍ଡି ସମେତ ସହରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ପ୍ରମୁଖ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କ ଦ୍ଵାରା ବଜାର ଛକ ସ୍ଥିତ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଓ ଶୋଭାଯାତ୍ରା କରାଯାଇଛି ଏବଂ ମହାରାଜାଙ୍କ ସ୍ମୃତି ସୌଧ ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ ସମୟରେ ବିର ବାଦ୍ୟ ଓ ପାଇକ ଆଖଡ଼ା ଦୋଳ କଳା ପ୍ରଦର୍ଶନ ହୁ ଦେଖାଇ ସହର ପରିକ୍ରମା କରଯାଇଥିଲା। ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳନ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି,ବିଭାଗ ତରଫରୁ କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଇଣ୍ଡୋର ଷ୍ଟାଡିୟମ ସମ୍ମୁଖ ଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା ପୂର୍ଣ୍ଣାବୟବ ବ୍ରୋଞ୍ଜ ପ୍ରତିମୂର୍ତ୍ତିର ଅନାବରଣ ଉତ୍ସବ ମାନ୍ୟବର ସାଂସଦ, ବ୍ରହ୍ମପୁର ଶ୍ରୀଯୁକ୍ତ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଅନାବରଣ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ,ମାନ୍ୟବର ବିଧାୟକ ,ପାରଳାଖେମୁଣ୍ଡି , ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଜିଲ୍ଲାପାଳ ,ଗଜପତି, ଶ୍ରୀଯୁକ୍ତ ଜି.ତିରୁପତି ରାଓ, ସଭାପତି, ଜିଲ୍ଲାପରିଷଦ ଗଜପତି ,ଶ୍ରୀମତୀ ଏମ୍ .ସୁଧାରଣୀ ଅଧ୍ୟକ୍ଷା,କାଶୀନଗର ବିଜ୍ଞାପିତ ଅଂଚଳ ପରିଷଦ ଓ ଶ୍ରୀମତୀ ବି.ସାୟାମ୍ମା ,ଅଧ୍ୟକ୍ଷା, ପଞ୍ଚାୟତ ସମିତି କାଶିନଗର , ହୃଷୀକେଶ ଗୌଡ, ସଭାପତି, ବଂଶଧାରା ପାଠାଗାର,ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ, ବିଜ୍ଞାପିତ ଅଂଚଳ ପରିଷଦ, କାଶୀନଗର ପଂଚାୟତ ସମିତି ର ସମସ୍ତ କର୍ମଚାରୀ ଓ ସାଧାରଣ ଲୋକଙ୍କ ସମସ୍ତେ ଯୋଗଦାନ କରିଥିଲେ। ପରେ ପରେ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଡ଼.ପ୍ରଦୀପ କୁମାର ପାଣିଗ୍ରାହୀ ,ମାନ୍ୟବର ସାଂସଦ ,ବ୍ରହ୍ମପୁର ,ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ,ମାନ୍ୟବର ବିଧାୟକ ,ପାରଳାଖେମୁଣ୍ଡି , ଶ୍ରୀମତୀ ନିର୍ମଳା ସେଠୀ ,ଅଧ୍ୟକ୍ଷା, ପୌରପରିଷଦ ପାରଳାଖେମୁଣ୍ଡି,ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା ,ଆରକ୍ଷୀ ଅଧିକ୍ଷକ ,ଗଜପତି ,ଶ୍ରୀ ଶଙ୍କର କେରକେଟା ,ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି ,ଶ୍ରୀ ଅନୁପ ପଣ୍ଡା ,ଉପ ଜିଲ୍ଲାପାଳ ,ପାରଳାଖେମୁଣ୍ଡି , ଶ୍ରୀ ଅଂଶୁମାନ ମହାପାତ୍ର ,ସମନ୍ଵିତ ଅଧିବାସୀ ଉନ୍ନୟନh ସଂସ୍ଥା ,ପାରଳାଖେମୁଣ୍ଡି ଯୋଗଦେଇ ଥିବା ବେଳେ, ଶ୍ରୀ ମନୋଜ କୁମାର ପଟ୍ଟନାୟକ , ଅଧ୍ୟକ୍ଷ,ବିନୋଦିନ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ପଦ୍ମପୁର,ଗୁମ୍ମା ମୁଖ୍ୟବକ୍ତା ଭାବରେ ଓ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା , ପ୍ରାକ୍ତନ ସଦସ୍ୟ ଓଡ଼ିଶା ସାହିତ୍ୟ ଏକାଡ଼େମୀ ,ଗଜପତି ବିଶିଷ୍ଠ ବକ୍ତା ଭାବରେ ଯୋଗ ଦେଇ ଭାଷା ଭିତ୍ତିରେ ଓଡିଶା ପ୍ରଦେଶ ଗଠନ କରିବାରେ ମହାରାଜା ଅନ୍ୟତମ , ମହାରାଜା ଅଞ୍ଚଳ ପାଇଁ ବିକାଶର, ଉନ୍ନତି, ନିରପେକ୍ଷ ଭାବେ ରାଜ୍ୟ ଶାସନ ଏବଂ ସମସ୍ତଙ୍କୁ ନେଇ ବିକାଶ କରିବା ତାଙ୍କର ମୂଳମନ୍ତ୍ର ଥିଲା ଓ ଓଡ଼ିଆ ଜାତିକୁ ସର୍ବାଗ୍ରେ ପହଞ୍ଚାଇବା ସହ ଲୋକଙ୍କ ମଧ୍ୟରେ ଜନଜାଗରଣ ସୃଷ୍ଟି କରିବାରେ ମହାରାଜାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ |
ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଜୟନ୍ତୀ ଅବସରରେ ପାରଳାଖେମୁଣ୍ଡି ସହରର ମହା ବିଦ୍ୟାଳୟ ସ୍ତରରେ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ହୋଇଥିଲା କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା | ଏହି ଉତ୍ସବରେ ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ,ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟରର ଛାତ୍ରୀଛାତ୍ର, ଶିକ୍ଷକ ଶିକ୍ଷୟିତ୍ରୀ ବରିଷ୍ଠ ନାଗରିକ, ବୁଦ୍ଧିଜୀବି ସମସ୍ତ ସାମ୍ବାଦିକ ବନ୍ଧୁଗଣ ଓ ଜନସାଧାରଣ ଉପସ୍ଥିତ ରହିବା ସହ ,ସହରର ବରିଷ୍ଠ ନାଗରିକ,ବୁଦ୍ଧିଜୀବୀ, ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ବହୁ ସଂଖ୍ୟାରେ ଯୋଗ ଦେଇ ଉତ୍ସବରେ ସାମିଲ ହୋଇଥିଲେ ।