Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ହିଲ୍ ଟପ୍ ମହାବିଦ୍ୟାଳୟ ରେ ଆଦିବାସୀ ଜନଜାତି ଙ୍କ ସଭ୍ୟତା, ଆର୍ଥିକ ସ୍ଥିତି ଏବଂ ସଂସ୍କୃତି ଉପରେ ଦୁଇ ଦିନିଆ ଜାତୀୟ ସେମିନାର ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୬/୪(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ବ୍ଲକ ର ସଦର ମହକୁମା ମୋହନା ଠାରେ ଥିବା ହିଲ୍ ଟପ୍ ମହାବିଦ୍ୟାଳୟ ଠାରେ ଅଜି ଦୁଇ ଦିନିଆ ଇତିହାସ ବିଭାଗ ପକ୍ଷରୁ ଜାତୀୟ ସେମିନାର ଉଦଘାଟିତ ହୋଇଛି। ଏହି ଜାତୀୟ ସେମିନାର ରେ ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ. ହରି ହର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁଶାନ୍ତ ଦାସ, ଗବେଷକ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିବା ବେଳେ ସ୍ଥାନୀୟ କଲେଜ ଅଧ୍ୟକ୍ଷ ଶୁଭକାନ୍ତ ମହାନ୍ତି ସଭାପତିତ୍ବ କରିଥିଲେ। ଉପସ୍ଥିତ ଅତିଥି ଏବଂ ବକ୍ତା ମାନେ ଦକ୍ଷିଣ ଓଡ଼ିଶା ରେ ବସ ବାସ କରୁଥିବା ଆଦିମ ଜନଜାତି ମାନେ କିପରି ସେମାନେ ବର୍ତ୍ତମାନ ସୁଦ୍ଧା ଚଳନ୍ତି ସେ ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ। ଆଦିବାସୀଙ୍କ ସାମାଜିକ ସଂସ୍କୃତି, ଖାଦ୍ୟ ପାନୀୟ, ବାସ ଗୃହ, ପୋଷାକ, ଆର୍ଥିକ ସ୍ଥିତି ବିଷୟ ରେ ପୁଙ୍ଖାନୁପୁଙ୍ଖ ଗବେଷଣାତ୍ମକ ବିବରଣୀ ଉପସ୍ଥିତ ଶ୍ରୋତା ଏବଂ ଛାତ୍ର ଛାତ୍ରୀ ଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ଏହି ସେମିନାର ରେ ବିଭିନ୍ନ ମହାବିଦ୍ୟାଳୟ ରୁ ଶିକ୍ଷାର୍ଥୀ ଏବଂ ଅଧ୍ୟାପକ ମାନେ ଉପସ୍ଥିତ ରହି ସେମାନଙ୍କ ର ସନ୍ଦର୍ଭ ପାଠ କରିଥିବା ଦେଖିବାକୁ ମିଳିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories