Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ତର୍ଜାତୀୟ ସ୍ତରରେ ରିଲିଜ ହେବ ଫିଲ୍ମ ‘ଦ କେରଳ ଷ୍ଟୋରୀ’; ୩୭ ଟି ଦେଶରେ କରାଯିବ ସ୍କ୍ରିନିଂ 

ମୁମ୍ବାଇ: ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି। ଅଧିକାଂଶ ଏହି ଫିଲ୍ମକୁ ନେଇ ସକାରାତ୍ମକ ଚିନ୍ତାଧାରା ରଖିବା ସହ ଏହାକୁ ସମର୍ଥନ ମଧ୍ୟ କରୁଛନ୍ତି। ଅନ୍ୟପଟେ କିଛି ଲୋକ ଏହି ଫିଲ୍ମକୁ ବିରୋଧ ମଧ୍ୟ କରୁଛନ୍ତି। କିଛି ରାଜ୍ୟ ଏହାକୁ ବ୍ୟାନ୍‌ ମଧ୍ୟ କରିଛନ୍ତି। କିନ୍ତୁ ଏସବୁ ଭିତରେ ବି ଫିଲ୍ମ ବଡ ସଫଳତା ହାସଲ କରିଛି। ବଡ ପରଦାରେ ଭଲ ବ୍ୟବସାୟ କରୁଛି ଏବଂ ଫିଲ୍ମର ରୋଜଗାର ମଧ୍ୟ ବୃଦ୍ଧି ପାଉଛି।

ଫିଲ୍ମରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଅଦା ଶର୍ମା ଟ୍ୱିଟରରେ ନିଜର ଏକ ଫଟୋ ସେୟାର କରି କହିଛନ୍ତି ଯେ ବର୍ତ୍ତମାନ ଏହି ଫିଲ୍ମ ଅନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି। ଅଦା ଲେଖିଛନ୍ତି, ‘ଏହି ଫିଲ୍ମ ଦେଖିବାକୁ ଯାଉଥିବା ସମସ୍ତ କୋଟି କୋଟି ଲୋକଙ୍କୁ ଧନ୍ୟବାଦ। ଆପଣମାନେ ଏହାକୁ ଟ୍ରେଣ୍ଡରେ ଆଣିଛନ୍ତି। ମୋର ଅଭିନୟକୁ ପସନ୍ଦ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ। ଏହି ସପ୍ତାହ ଶେଷରେ ‘ଦ କେରଳ ଷ୍ଟୋରୀ’ ୩୭ ଟି ଦେଶରେ ଆନ୍ତର୍ଜାତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମଟି ଆସନ୍ତା ୧୨ ତାରିଖ ଶୁକ୍ରବାର ଦିନ ମୁକ୍ତିଲାଭ କରିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ