Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସିନ୍ଦେ ବନାମ ଉଦ୍ଧବ ବିବାଦ ; ଆଜି ରାୟ ଦେବେ ସୁପ୍ରିମକୋର୍ଟ 

ମୁମ୍ବାଇ: ମହାରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଙ୍କଟ। ମୁହାଁମୁହିଁ ହୋଇଛନ୍ତି ଉଦ୍ଧବ- ସିନ୍ଦେ। ଆଜି ଏହା ଉପରେ ନିଜ ରାୟ ପ୍ରକାଶ କରିବେ ସୁପ୍ରିମ୍‌କୋର୍ଟ। ଗତବର୍ଷ ବରିଷ୍ଠ ଶିବସେନା ନେତା ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ବିଧାୟକଙ୍କ ବିଦ୍ରୋହ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଇସ୍ତଫା ଦେବାକୁ ପଡିଥିଲା । ଏକନାଥଙ୍କ ସହ ୧୬ ଜଣ ବିଧାୟକଙ୍କୁ ଉଦ୍ଦବ ଗୋଷ୍ଠୀ ଅଯୋଗ୍ୟ ଘୋଷଣା କରିବାକୁ ଦାବି ହୋଇଛି । ଆଜି ଏହି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ।

ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଏକ ୫ ଜଣିଆ ଖଣ୍ଡପୀଠ ମାର୍ଚ୍ଚ ୧୬ରେ ଏହି ମାମଲା ଉପରେ ସଂରକ୍ଷିତ ରଖିଥିଲେ । ଶୁଣାଣି ସମୟରେ ଉଦ୍ଧବ ଠାକରେ ସିନ୍ଦେଙ୍କ ବିଦ୍ରୋହ ଏବଂ ତାଙ୍କ ସରକାର ଗଠନକୁ ବେଆଇନ ବୋଲି କହିଥିଲେ ।