Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ମାମଲା; କାହା ନିୟନ୍ତ୍ରଣରେ ରହିବ ଦିଲ୍ଲୀର ପ୍ରଶାସନିକ ସେବା, ନିଷ୍ପତ୍ତି ଶୁଣାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ କ୍ଷମତା ନିୟନ୍ତ୍ରଣ କାହା ହାତରେ ରହିବା ଉଚିତ? କାହା ନିୟନ୍ତ୍ରଣରେ ରହିବ ଦିଲ୍ଲୀର ପ୍ରଶାସନିକ ସେବା? ସେ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଦିଲ୍ଲୀରେ ପ୍ରଶାସନିକ ସେବାକୁ କିଏ ନିୟନ୍ତ୍ରଣ କରିବ ସେନେଇ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

ଦିଲ୍ଲୀ ସରକାର ବନାମ ଉପରାଜ୍ୟପାଳ ମାମଲାରେ ଅଧିକାରୀଙ୍କୁ ମୁତୟନ ଓ ପରିବର୍ତ୍ତନ ଅଧିକାର ଦିଲ୍ଲୀ ସରକାରଙ୍କର ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ । ଅର୍ଥାତ୍ ଉପରାଜ୍ୟପାଳ ନୁହଁନ୍ତି ବରଂ ଦିଲ୍ଲୀ ସରକାରଙ୍କ ହାତରେ ରହିବ ନିୟନ୍ତ୍ରଣ।

ପ୍ରଧାନ ବିଚାରପତି ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି। ସେ କହିଛନ୍ତି, ଦିଲ୍ଲୀ ସରକାରଙ୍କ କ୍ଷମତାକୁ ସଂକୁଚିତ କରାଯାଇ ପାରିବ ନାହିଁ । କୋର୍ଟ ଆହୁରି କହିଛନ୍ତି, ଯଦି ନିର୍ବାଚିତ ସରକାର ଅଧିକାରୀଙ୍କୁ ନିୟନ୍ତ୍ରିତ କରି ପାରିବ ନାହିଁ ତାହେଲେ ଲୋକଙ୍କ ସାମୁହିକ ଦାୟିତ୍ୱ କିପରି ତୁଲେଇବେ। ଅଧିକାରୀଙ୍କ ବଦଳି ଓ ନିଯୁକ୍ତି ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶରେ ହୋଇପାରିବ। ହେଲେ ପୋଲିସ, ପବ୍ଲିକ ଅର୍ଡର ଓ ଜମିଜମା ସମ୍ବନ୍ଧୀୟ କ୍ଷମତା କେନ୍ଦ୍ର ସରକାରଙ୍କ ପାଖରେ ରହିବ ।

More Stories