Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗରିବ ଛେଳି ଚରାଳି ଗଜପତିର ଚନ୍ଦ୍ରଶେଖର ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ପାସ୍ ହେଲେ

ଗରିବ ଛେଳି ଚରାଳି ଗଜପତିର ଚନ୍ଦ୍ରଶେଖର ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ପାସ୍ ହେଲେ
ପାରଳାଖେମୁଣ୍ଡି;୫/୫ (ଗରୁଡ଼ ଧ୍ୱଜ ଚୌଧୁରୀ) ବର୍ଷ ମାଟ୍ରିକ ପରୀକ୍ଷା ଫଳରେ ଗଜପତି ଜିଲ୍ଲା ସାରା ଓଡ଼ିଶାରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛି. ଏହି ଜିଲ୍ଲାର ଜଣେ ଛେଳିଚରାଳୀ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ ପାସ ହୋଇଥିବା ଜଣାପଡ଼ିଛି। ଛାତ୍ର ଜଣକ ହେଉଛନ୍ତି ଆର୍ ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ୍. ଭାଲିଆସାରି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଚନ୍ଦ୍ରଶେଖର ଦଳାଇ। ତିନି ବର୍ଷ ପୂର୍ବେ ଚନ୍ଦ୍ରଶେଖରଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ପାଠପଢ଼ାରେ ବାଧା ଉପୁଜିଥିଲା । ଏହା ସତ୍ତ୍ବେ ବି ସେ ଭାଙ୍ଗି ପଡ଼ି ନ ଥିଲେ | ଘରକାମରେ ମାଙ୍କୁ ସାହାଯ୍ୟ କରିବା ସହ ଛେଳି ଚରାଇ ବହୁ କଷ୍ଟରେ ପାଠପଢ଼ାରେ ନିମଗ୍ନ ରହୁଥିଲେ। ବର୍ତ୍ତମାନ ସେ ଏ-୧ ଗ୍ରେଡ୍‌ରେ ପାସ ହୋଇପାରିଛନ୍ତି। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିଜର ପାଠପଢ଼ା ପ୍ରତି ରୁଚି ଚନ୍ଦ୍ରଶେଖରଙ୍କ କମି ନ ଥିଲା | ଦୃଢ ଇଚ୍ଛାଶକ୍ତି ଆଗରେ ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ହାରମାନିଛି, ତାହା ଚନ୍ଦ୍ରଶେଖରଙ୍କ କ୍ଷେତ୍ରରେ ପ୍ରମାଣିତ କରିଛି। ଚନ୍ଦ୍ରଶେଖରଙ୍କ ଏହି କୃତିତ୍ୱ ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories