Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସିଦ୍ଧାନ୍ତର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ

ଗଜପତି ଜିଲ୍ଲାର ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ ସିଦ୍ଧାନ୍ତର ରୌପ୍ୟ ଜୟନ୍ତୀ ଉତ୍ସବ ପାଳିତ
ପାରଳାଖେମୁଣ୍ଡି:୫/୫(ଗରୁଡ଼ ଧ୍ଵଜ ଚୌଧୁରୀ)ସ୍ଥାନୀୟ ବିଶ୍ଵନାଥ କଲ୍ୟାଣ ମଣ୍ତପ ଠାରେ ଗଜପତି ଜିଲ୍ଲାର ଅଗ୍ରଣୀ ସାରସ୍ଵତ ଅନୁଷ୍ଠାନ ସିଦ୍ଧାନ୍ତର ରୌପ୍ୟ ଜୟନ୍ତୀ ଉତ୍ସବ ମହା ସମାରୋହରେ ପାଳନ ହୋଇସାରିଛି। ଅନୁଷ୍ଠାନର ଅଧ୍ୟକ୍ଷା ଡ. ଅନ୍ନପୂର୍ଣ୍ଣା ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ, ବିଶିଷ୍ଟ ଅତିଥି ସୁଶ୍ରୀ କିରଣ୍ ଦୀପ କୌର୍ ସହତା, ଉପ ଜିଲ୍ଲାପାଳ(ଗୁଣୁପୁର), ସ୍ବତନ୍ତ୍ର ଅତିଥି ଡ.ସିଦ୍ଧାର୍ଥ ଶଙ୍କର ପାଢ଼ୀ,ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକ(ବ୍ରହ୍ମପୁର), ସମ୍ମାନନୀୟ ଅତିଥି ଡ.ସୁରେନ୍ଦ୍ର ନାଥ ସାହୁ(କବିସୂର୍ଯ୍ୟ ନଗର), ଡ.ସୁଜିତ୍ କୁମାର ପଣ୍ଡା (ଧରାକୋଟ), ମଞ୍ଚ ମଣ୍ଡନ କରିଥିଲେ। ଏହି ଅବସରରେ ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର ଏବଂ ବି. କୋମଳlଙ୍ଗୀଙ୍କ ରଚିତ ପୁସ୍ତକ ଓଡ଼ିଶାର ଦକ୍ଷିଣାଞ୍ଚଳ ଆଧୁନିକତାର ଆବର୍ତ୍ତରେ ପ୍ରାଚୀନ ଶାବରୀ ସଂସ୍କୃତି ଅତିଥି ମାନଙ୍କ ଦ୍ଵାରା ଲୋକାର୍ପଣ ହୋଇଥିଲା। ଏହା ସହିତ ରୌପ୍ୟ ଜୟନ୍ତୀ ବିଶେଷାଙ୍କ ସିଦ୍ଧାନ୍ତ ସ୍ବତନ୍ତ୍ର ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା। ଶବର ସଂସ୍କାର ଓ ସଂସ୍କୃତି ଏକ ପ୍ରାଚୀନ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ସହ ନିବିଡ଼ତା ରହିଛି ଏକଥା ବକ୍ତା ଗଣ କହିଥିଲେ।ପ୍ରାରମ୍ଭିକ ସଙ୍ଗୀତ ଆକାଶବାଣୀ କଣ୍ଠଶିଳ୍ପୀ ବି. କୋମଳ।ଙ୍ଗୀଗାନ କରିଥିଲେ ସାରଙ୍ଗୀରେ ତ୍ରିନାଥ ରଇତ ବନ୍ସୀରେ ଗିତାନ ଭୂୟାଁ ଯୋଗ ଦେଇଥିଲେ।ଡ.ସୁରେନ୍ଦ୍ରନାଥ ସାହୁଙ୍କୁ *ସିଦ୍ଧାନ୍ତ ସମ୍ମାନ* ପ୍ରଦାନ କରାଯାଇଥିଲା। ଲାବଣ୍ୟ ଶବର,ତାରିଣୀସେନ ଦାଶ, କୃଷ୍ଣ ଶବର, ଫାଲ୍ ଗୁନି ଶବର,ଗାୟତ୍ରୀ ଶବର,ହାରାବତୀ ଗମାଙ୍ଗ, ଆମ୍ରିତ୍ ପାଣିଗ୍ରାହୀ,ଙ୍କୁ *ସିଦ୍ଧାନ୍ତ* *ପତ୍ରିକା ସମ୍ମାନ* ପ୍ରଦାନ କରାଯାଇଥିଲା । ସ୍ଵାଗତ ସମ୍ଭାଷଣ ଆଶାଲତା ପାଣିଗ୍ରାହୀ, ଧନ୍ୟବାଦ ଅର୍ପଣ ଭାରତ ଭୂଷଣ ମହାନ୍ତି, ମାନପତ୍ର ପାଠ ସ୍ନିଗ୍ଧା ମିଶ୍ର,କରିଥିବାବେଳେ ସଭା ଶେଷରେ ଅରୂପା ଞ୍ଜଳି ମହାନ୍ତିଙ୍କ ସଂଯୋଜନାରେ ଓଡ଼ିଶୀ ଓ କୁଚ୍ଚିପୁଡ଼ି ନୃତ୍ୟ ପରିବେଷଣ କରାଯାଇଥିଲା, ନୃତ୍ୟ ନିର୍ଦ୍ଦେଶନା ଡି.ପ୍ରିୟଙ୍କା, ଓ ଭି.ହିମାଗିରି ଦେଇଥିଲେ।ସମସ୍ତ କାର୍ଯୟକ୍ରମକୁ ଉପାନ୍ତ ପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର ଏବଂ ସଂଯୋଜନାରେ ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି ବିଚିତ୍ରାନନ୍ଦ ବେବର୍ତ୍ତା କରିଥଲେ। ତ୍ରିପତି ପ୍ରସାଦ ପଣ୍ଡା, ମୂରଲୀଧର ପରିଛା,ବିଷ୍ଣୁ ପଣ୍ଡା,ସ୍ନେହl ବେହେରା,ରାଜେଶ୍ୱରୀ ସ୍ୱାଇଁ, ଅଧ୍ୟାପିକା ଅଞ୍ଜନା ପଟ୍ଟନାୟକ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories