Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଢିବ ଚିନି ମୂଲ୍ୟ; ଉତ୍ପାଦନରେ ୯ ପ୍ରତିଶତ ହ୍ରାସ ଅନୁମାନ

ନୂଆଦିଲ୍ଲୀ: ଆଗକୁ ମହଙ୍ଗା ହୋଇପାରେ ଚିନି। କାରଣ ଚିନି ଉତ୍ପାଦନରେ ହ୍ରାସ ହେଉଥିବା ଆଶଙ୍କା କରାଯାଇଛି। ଉତ୍ପାଦନରେ ହ୍ରାସ ଯୋଗୁ ଆଗକୁ ଚିନି ମୂଲ୍ୟ ହ୍ରାସ ହେବା ସମ୍ଭାବନା ରହିଛି। ୨୦୨୨-୨୩ ଆର୍ଥିକ ବର୍ଷ ଶେଷ ବେଳକୁ ଚିନି ଉତ୍ପାଦନ ହ୍ରାସ ହୋଇପାରେ।

ଏ ନେଇ ନ୍ୟାସ୍‌ନାଲ ଫେଡେରେସନ ଅଫ୍ କୋଅପରେଟିଭ୍ ଫେଡେରେସନ(NFCSF) ଅନୁମାନ କରିଛି। ପୂର୍ବରୁ ଚଳିତ ବର୍ଷରେ ଚିନି ଉତ୍ପାଦନ ୩.୫୫କୋଟି ଟନ୍ ହେବାର ଆକଳନ କରାଯାଇଥିଲା। କିନ୍ତୁ ଏବେ ଉତ୍ପାଦନରେ ହ୍ରାସ ଆଶଙ୍କା କାରଣରୁ ୩.୨୭ କୋଟି ଟନ୍‌ ଉତ୍ପାଦନ ହେବ ବୋଲି NFCSF କହିଛି ।

୨୦୨୧-୨୨ ବର୍ଷ ଠାରୁ ଚଳିତ ବର୍ଷ ତିନି ଉତ୍ପାଦନରେ ୯ ପ୍ରତିଶତ ହ୍ରାସ ହେଇପାରେ ବୋଲି କହିଛି NFCSF। ୨୦୨୧-୨୨ରେ ଚିନ ଉତ୍ପାଦନ ୩.୫୯ କୋଟି ଟନ ଥିଲା। ଏଥର ମାତ୍ର ୩.୨୭ କୋଟି ଟନ୍ ହେବ ବୋଲି ଆକଳନ କରାଯାଉଛି।

More Stories