Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତିରେ ପୁଣି ଲୁଟେରା ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲା

ପାରଳାଖେମୁଣ୍ଡି:୬/୫(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ କିଛିଦିନ ବ୍ୟବଧାନ ପରେ ପୁଣି ଥରେ ଦିନ ଦିପହରରେ ଲୁଟେରା ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଚାଲିଯାଇ ଥିବା ଜଣାପଡିଛି l ଜାତୀୟ ରାଜପଥ ଅନ୍ତର୍ଗତ ପାଟିକୋଟା-ସାତମାଇଲ ରାସ୍ତାରେ ବାଇକରେ ଯାଉଥିବା ବେଳେ ଦମ୍ପତିଙ୍କ ତିନି ତୋଳା ଓଜନର ସୁନା ଅଳଙ୍କାରକୁ ଜଣେ ଲୁଟେରା ଝାମ୍ପି ନେଇ ଚାଲିଯାଇ ଥିବା ଜଣାପଡିଛି I ଲୁଟର ଶିକାର ହୋଇଥିବା ଦମ୍ପତି ହେଉଛନ୍ତି ଗୋଷାଣି ବ୍ଲକ ଏମ୍ଏସ୍‌ପୁର ପଞ୍ଚାୟତ ଅନ୍ତର୍ଗତ ଏମ୍ ଏନ୍‌ପେଟା ଗ୍ରାମର ପି.ପାର୍ବତୀ. ପି.ପାର୍ବତୀ ସ୍ବାମୀଙ୍କ ସହ ବାଇକ୍‌ରେ ପାରଳାଖେମୁଣ୍ଡି ସହରରୁ ନିଜ ଗ୍ରାମକୁ ମଧ୍ୟାହ୍ନରେ ଫେରୁଥିଲେ। ସେହି ସମଯରେ ଦୁର୍ବୃତ୍ତ ଜଣକ ବାଇକରେ ସେମାନଙ୍କ ପିଛା କରି ପାଟିକୋଟା-ସାତମାଇଲ ରାସ୍ତା ମଧ୍ୟରେ ପାର୍ବତୀଙ୍କ ବେକରୁ ସୁନାହାରକୁ ଝାମ୍ପିନେଇ ଅତି ଜୋର ବେଗରେ ମଟର ସାଇକେଲରେ ଅନ୍ତର୍ଧନ ହୋଇଥିଲା. ଘଟଣା ନେଇ ପି ପାର୍ବତୀ ଓ ତାଙ୍କ ସ୍ବାମୀ ଗୁରାଣ୍ଡି ଥାନାରେ ଅଭିଯୋଗ କରିଥିଲେ | ଗୁରାଣ୍ଡି ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ର ଅଭିଯୋଗ ଗ୍ରହଣ କରିବା ପରେ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories