Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ମହାରାଷ୍ଟ୍ର ହଲଚଲ, ଏକନାଥଙ୍କ ଇସ୍ତଫା ଦାବି କଲେ ଉଦ୍ଧବ ଗୋଷ୍ଠୀ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ମହାରାଷ୍ଟ୍ର ମାମଲାରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କିନ୍ତୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହିତ ଶିବସେନାର ୧୬ ବିଦ୍ରୋହୀ ବିଧାୟକଙ୍କୁ ଦଳବଦଳ ବିରୋଧୀ ଆଇନ ଆଧାରରେ ଅଯୋଗ୍ୟ ଘୋଷିତ କରି ନାହାନ୍ତି। ହେଲେ ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ନିଷ୍ପତ୍ତିକୁ ଭୁଲ୍ ବୋଲି କହିଛନ୍ତି। ବାଚସ୍ପତି ରାହୁଲ ନାର୍ଭେକରଙ୍କ ନିଷ୍ପତ୍ତିକୁ ଭୁଲ୍ ବୋଲି ଦର୍ଶାଇଛନ୍ତି। ପୀଠ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଉଦ୍ଧବ ଠାକରେ ଅନାସ୍ଥା ଭୋଟର ସମ୍ମୁଖୀନ ହୋଇନଥିଲେ ଏବଂ ତା ପୂର୍ବରୁ ଇସ୍ତଫା ଦେଇ ଦେଲେ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଉଦ୍ଧବ ଗୋଷ୍ଠୀର ନେତା ସଞ୍ଜୟ ରାଉତ ଏକନାଥ ସିନ୍ଦେଙ୍କଠୁ ବର୍ତ୍ତମାନର ସ୍ଥିତି ଦେଖି ନୈତିକ ଆଧାରରେ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି କାରଣ କୋର୍ଟଙ୍କ ନିଷ୍ପତ୍ତି ଏକନାଥ ସିନ୍ଦେଙ୍କ ବିରୋଧରେ ରହିଛି ଏଥିପାଇଁ ତାଙ୍କୁ ନୈତିକ ଆଧାରରେ ଇସ୍ତଫା ଦେଇ ଦେବା ଉଚିତ୍। ସେ ଏହା ମଧ୍ୟ କହିଛନ୍ତି, ଆମେ ଗଦ୍ଦାର ଲୋକଙ୍କ ସହିତ କେମିତି ସରକାର ଚଳାଇ ପାରିଥାନ୍ତୁ। ଯଦି ଆଜିର ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ଠାରେ ନୈତିକତା ବୋଲି କିଛି ରହିଛି ତେବେ ଇସ୍ତଫା ଦେଇ ଦିଅନ୍ତୁ। ସମ୍ବିଧାନକୁ ବଞ୍ଚାଇବାର ଅଛି ଏବଂ ଜନତା ଆମର ଅପେକ୍ଷା କରିଛନ୍ତି।

ସଞ୍ଜୟ ରାଉତଙ୍କ ବୟାନ ଉପରେ ପାଲଟା ଜବାବ ଦେଇ ସିନ୍ଦେ ଗୋଷ୍ଠୀର ସାଂସଦ ରାହୁଲ ଶେଓ୍ଵାଲେ କହିଛନ୍ତି ସଞ୍ଜୟ ରାଉତ ପାଗଳ ହୋଇ ଯାଇଛନ୍ତି ଏବଂ ପାଗଣ ମଣିଷ ଉପରେ ଟିପ୍ପଣୀ କରିବା ଉଚିତ୍ ନୁହେଁ। ତାଙ୍କ ପରି ପାଗଳ ମଣିଷଙ୍କୁ କହିବାକୁ ଦିଅନ୍ତୁ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ। ଯେଉଁ ହ୍ଵିପ୍ ନିଯୁକ୍ତ କରିବାର ନିଷ୍ପତ୍ତି ତାହା ରାଜନୈତିକ ପାର୍ଟି ନେଇ ପାରିବେ ଏବଂ ନିର୍ବାଚନ ଆୟୋଗ ଏକନାଥ ସିନ୍ଦେ ପାର୍ଟିକୁ ଏହାର ସମସ୍ତ ଅଧିକାର ଦେଇଛି। ଏଥିପାଇଁ ଏବେ ବାଚସ୍ପତି ଏହାର ନିଷ୍ପତ୍ତି ନେବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ