Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିଇଓ ପଦରୁ ଇସ୍ତଫା ଦେବେ ଏଲନ୍ ମସ୍କ

ନୂଆଦିଲ୍ଲୀ: ଟ୍ବିଟର ସିଇଓ ପଦ ଛାଡିବେ ଏଲନ୍ ମସ୍କ। ଦୁନିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଏଲନ୍ ମସ୍କ ଟ୍ୱିଟରର ସିଇଓ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ଏ ନେଇ ସେ ନିଜେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଟ୍ୱିଟର କିମ୍ବା ଏକ୍ସ କର୍ପ ପାଇଁ ଜଣେ ନୂଆ ସିଇଓକୁ ବାଛିଛନ୍ତି। ସେ ଜଣେ ମହିଳା। କିନ୍ତୁ ସେହି ମହିଳାଙ୍କ ପରିଚୟ ସେ ପ୍ରକାଶ କରିନାହାଁନ୍ତି। ହେଲେ ୬ ସପ୍ତାହ ମଧ୍ୟରେ ସେ କାର୍ଯ୍ୟଭାର ସମ୍ଭାଳିବେ ବୋଲି ସୂଚନା ଦେଇଛନ୍ତି ଖୋଦ୍ ଏଲନ୍ ମସ୍କ।

ଉଲ୍ଲେଖନୀୟ କଥା ହେଉଛି, ଏଲୋନ୍ ମସ୍କ ଟ୍ୱିଟର କିଣିବା ପରେ ହିଁ ନୂଆ ସିଇଓ ଲାଗି ସନ୍ଧାନ ଚାଲିଥିଲା। କିନ୍ତୁ ଏପର୍ଯ୍ୟନ୍ତ ମିଳିପାରି ନଥିଲା। ତେବେ, ବର୍ତ୍ତମାନ ଏଲନ୍ ମସ୍କଙ୍କ ଏହି ଘୋଷଣା ପରେ ଲାଗୁଛି ଯେ ନୂଆ ସିଇଓ ପାଇଁ ସନ୍ଧାନ ଶେଷ ହୋଇଛି ଏବଂ ଖୁବ୍ ଶୀଘ୍ର ଟ୍ୱିଟରର ପରବର୍ତ୍ତୀ ସିଇଓ କିଏ ହେବ ତାହା ଜଣା ପଡିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ