Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ବଦଳିଲେ ଦିଲ୍ଲୀ ସେବା ବିଭାଗ ସଚିବ; ଆଗକୁ ଆହୁରି ହେବ ବଦଳି

ନୂଆଦିଲ୍ଲୀ: ଗତକାଲି ଦିଲ୍ଲୀ ସରକାର – ଉପରାଜ୍ୟପାଳ ମାମଲାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ‌ଶୁଣାଇଥିଲେ ସୁପ୍ରିମ୍‌କୋର୍ଟ। କାହା ନିୟନ୍ତ୍ରଣରେ ରହିବ ଦିଲ୍ଲୀ ସେ ନେଇ କାଲି ରାୟ ଦେଇଥିଲେ ସୁପ୍ରିମ୍‌କୋର୍ଟ। କୋର୍ଟ ସରକାରଙ୍କ ସପକ୍ଷରେ ଶୁଣାଣି କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆକ୍ସନ ମୋଡ଼ରେ ଅଛନ୍ତି ଦିଲ୍ଲୀ ସରକାର। କୋର୍ଟ କହିଥିଲେ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ଓ ବଦଳିର ଅଧିକାର ନିର୍ବାଚିତ ସରକାରଙ୍କ ପାଖରେ ରହିଛି। ଏ ନେଇ ଏକ ୫ ଜଣିଆ ଖଣ୍ଡପୀଠ ନିଷ୍ପତ୍ତି ଶୁଣାଇଥିଲେ।

ଏହି ନିଷ୍ପତ୍ତି ଆସିବା ପରେ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ସରକାର ସେବା ବିଭାଗ ସଚିବ ଆଶିଷ ମୋରେଙ୍କୁ ହଟାଇଦେଇଛନ୍ତି। ତାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସିଇଓ ଏ.କେ. ସିଂ । ଆଗକୁ ଅଧିକ ସଂଖ୍ୟକ ବ୍ୟୁରୋକ୍ରାଟଙ୍କୁ ବଦଳି କରାଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ