Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ପୋଲିସ କୁ ମିଳିଛି ବଡ ସଫଳତା: ବୟସ୍କ ଦମ୍ପତ୍ତି ଙ୍କ ବେକରୁ ସୁନା ଗହଣା ଝାମ୍ପୀ ନେଉଥିବା ଲୁଟେରା ପୋଲିସ ହାତରେ ଧରା ପଡ଼ି ଗିରଫ ବହୁ ମାତ୍ରାରେ ସୁନା ଗହଣା ଜବତ

ପାରଳାଖେମୁଣ୍ଡି:୧୯/୫(ଗରୁଡ଼ ଧ୍ୱଜ ଚୌଧୁରୀ) ଗଜପତି ପୋଲିସ ଜିଲ୍ଲାର ତିନିଟି ଥାନା ଅଂଚଳରେ ପୋଲିସ କୁ ଚକମା ଦେଖାଇ ବୟସ୍କ ଦମ୍ପତ୍ତି ମାନଙ୍କ ଠାରୁ ରାସ୍ତାରେ ସେମାନଙ୍କ ବେକରୁ ସୁନା ଗହଣା ଲୁଟି ନେଇ ଚାଲି ଯାଉଥିବା ଘଟଣାର ପର୍ଦ୍ଧା ଫାସ କରିବାରେ ଗଜପତି ପୋଲିସ ସଫଳ ହୋଇଥିବା ନେଇ ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି l ଚଳିତ ବର୍ଷ ଜାନୁଆରୀ ମାସରୁ ମେ ମାସ ମଧ୍ୟରେ ଗଜପତି ଜିଲ୍ଲାର ତିନୋଟି ଥାନା ଗୁରାଣ୍ଡି ଥାନା ରେ ୩ ଟି ମକଦ୍ଦମା ପାରଳାଖେମୁଣ୍ଡି ଥାନାରେ ଗୋଟିଏ,ଓ କାଶୀନଗର ଥାନା ରେ ଗୋଟିଏ ଏଭଳି ମୋଟ ପାଞ୍ଚଟି ମୋକଦ୍ଧମା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା l ତଦନ୍ତ କୁ ନେଇ ପାରଳାଖେମୁଣ୍ଡି ଏସ ଡି ପି ଓ ଶ୍ରୀ ନାୟକ ଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଦୁଇଟି ଟିମ ଗଠନ କରାଯାଇଥିଲା l ଗୋଟିଏ ଟିମ ଗୁରାଣ୍ଡି ଥାନା ଅଧିକାରୀ ଆଉ ଗୋଟିଏ ଟିମ ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ଙ୍କ ନେତୃତ୍ୱରେ ଗଠନ କରାଯାଇ ତଦନ୍ତ କୁ ସକ୍ରିୟ କରାଯାଇଥିଲା ଏମାନଙ୍କୁ ସାଇବର ସେଲ ପକ୍ଷରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆ ଯାଉଥିଲା ବୋଲି ଏସପି ଯତୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପରିଶେଷରେ ଗଜପତି ପୋଲିସ ର ମୋଷ୍ଟ ୱାଣ୍ଟେଡ ଲୁଟେରା ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ମଞ୍ଜୁସା ଥାନା ଅନ୍ତର୍ଗତ ସିନ୍ଧିପୁଡ଼ି ଗ୍ରାମର ବାସିନ୍ଦା ବର୍ତ୍ତମାନ ପାରଳାଖେମୁଣ୍ଡି ସହରର ବଡ଼ ବ୍ରାହ୍ମଣ ସାହିରେ ନିଜ ଭଉଣି ସାଙ୍ଗରେ ରହୁଥିବା ଲୁଟେରା ଉପାଳୁରି ନବୀନ କୁମାର (୨୮) ଙ୍କୁ ଆଜି ପୋଲିସ ତାଙ୍କ ଘରୁ ଗିରଫ କରିଥିବା ଏସ ପି ଶ୍ରୀ ପଣ୍ଡା କହିଛନ୍ତି l ଗିରଫ ହୋଇଥିବା ନବୀନ ପାଖରୁ ସୁନାର ମଙ୍ଗଳ ସୂତ୍ର, ଦୁଇ ହଳ ସୁନାର ପୁସତାଲୁ, ନୂଆଁ ଓ ପୁରୁଣା ମିଶି ମୋଟ ୫ଟି ସୁନା ଚେଇନ୍ ଏଭଳି ମୋଟ 73.15 ଗ୍ରାମର ସୁନା ଗହଣା ଜବତ କରାଯାଇଥିବା ବେଳେ ଗୋଟିଏ ହିରୋ ହୋଣ୍ଡା ଗ୍ଲାମାର AP -30-GN-9699, ଆଇକ୍ୟୁ -5G ମୋବାଇଲ ଫୋନ ଜବତ କରାଯାଇଥିବା ନେଇ ଗଜପତି ଏସ ପି ଯତୀନ୍ଦ୍ର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଜଣେ ହିଁ ନିଛାଟିଆ ରାସ୍ତାରେ ଛକି ରହି ବୟସ୍କ ଦମ୍ପତ୍ତି ମାନଙ୍କ ଠାରୁ ସୁନା ଗହଣା ଲୁଟି ନେଇ ଚାଲି ଯାଉଥିଲା l ବିଳମ୍ବ ହେଲେ ମଧ୍ୟ ଲୁଟରାକୁ ପୋଲିସ୍ ଧରି ପାରିଥିବାରୁ ଅଞ୍ଚଳର ଜନସାଧାରଣ ଆଶ୍ବସ୍ତ ବ୍ୟକ୍ତ କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories