Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ ସଂସ୍ପର୍ଶରେ ୭ ମାସର ଶିଶୁ ସହିତ ମାଆଙ୍କ ମୃତ୍ୟୁ

କଳାହାଣ୍ଡି,୨୬/୦୫-କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ପୋଇଗୁଡ଼ାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ମା’ ପୁଅଙ୍କ ମୃତ୍ୟୁ ଘଟିବା ଭଳି ଏକ ଦୁଃଖଦ ଘଟଣା ଘଟିଛି। ପୋଇଗୁଡା ଗାଁର ଫୁଲମତୀ ନାଏକ ତାଙ୍କ ସାତ ମାସର ପୁଅକୁ କାଖେଇ ଘର କାମ କରୁଥିବା ସମୟରେ ଅଜାଣତରେ ଘରେ ଛିଣ୍ଡି ରହିଥ‌ିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ମାଁ ପୁଅଙ୍କ ମୃତ୍ୟୁ ଘଟିଛି। ଖବର ପାଇ ବିଶ୍ବନାଥପୁର ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ସନ୍ଦୀପ ଠାକୁର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ଏନେଇ ମୃତକଙ୍କ ସମ୍ପର୍କୀୟ ଲୋକେ ବିଜେପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବିଜେପୁର ଥାନା ଏଏସ୍ ଆଇ ଶ୍ୟାମ କୁଲସିକା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଲାଞ୍ଜିଗଡଠାରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ତହସିଲଦାର ବନମାଳୀ ମେହେରଙ୍କ ଉପସ୍ଥିତିରେ ଶବ ବ୍ୟବଛେଦ ପରେ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିବାବେଳେ ଅତ୍ୟନ୍ତ ଶୋକାକୁଳ ପରିବେଶରେ ଦାହସଂସ୍କାର କରାଯାଇଛି। ସେହିପରି ଗତ ୮ ମାସ ତଳେ ଫୁଲମତିଙ୍କ ସ୍ୱାମୀ ଦେହାନ୍ତ ହୋଇଥିବାବେଳେ ଏବେ ତାଙ୍କ ୮ ବର୍ଷ ବୟସର ବଡ଼ପୁଅ ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛି। ତାକୁ ସରକାରୀ ସହାୟତା, ଥଇଥାନ ଓ କ୍ଷତିପୂରଣ ଯୋଗାଇଦେବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ