ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଠାରେ ଆଳୁ ବୋଝେଇ 407 ପିକ ଅପ ଭେନ ଓଲଟି ଜଣେ ମୃତ୍ୟୁ, ୩ ଗୁରୁତର ..


ପାରଳାଖେମୁଣ୍ଡି:୨୭/୫(ଗରୁଡ ଧ୍ଵଜ ଚୌଧୁରୀ)ଆଳୁ ବୋଝେଇ 407 ପିକଅପ ଭେନ ଓଲଟି ଜଣକର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରତର ହୋଇଛନ୍ତି l ଏଭଳି ଏକ ମର୍ମନ୍ତୁକ ସଡକ ଦୁର୍ଘଟଣା ଘଟିଛି ମୋହନା ଥାନା ଅନ୍ତର୍ଗତ ଲୁହାଗୁଡ଼ି ଠାରେ l ସୂଚନା ପ୍ରକାରେ ଆଳୁ ବୋଝେଇ 407 ପିକଅପ ଭେନ ଟି ବ୍ରହ୍ମପୁର ଠାରୁ ମୋହନା ଅଭିମୁଖେ ଆସୁଥିଲା l କିନ୍ତୁ ମୋହନା ଠାରୁ 12 କିଲୋମିଟର ପୂର୍ବ ଲୁହାଗୁଡ଼ି ଠାରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଗାଡି ଟି ଓଲଟି ପଡିଛି l ଯାହା ଫଳରେ ଗାଡି ଚାଳକ କିରଣ ମହାନ୍ତି ଗାଡ଼ିରେ ଚାପି ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଖାଲାସି ଗୁରୁତର ହୋଇଛନ୍ତି l ତେବେ ଘଟଣା ସ୍ଥଳରେ ମୋହନା ଅଗ୍ନିଶମ ବାହିନୀ ପହଞ୍ଚି ଆହତ ତିନି ଜଣଙ୍କୁ ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି l ମୃତ ଯୁବକ ଓ ଆହତ ତିନି ଜଣଙ୍କ ଘର ଗଞ୍ଜାମ ଜିଲ୍ଲା ବୋଲି ଜଣାପଡିଛି l ତେବେ ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଚଲାଇଛି l