Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମେରିକୀୟ ଇ-କମର୍ସ ପ୍ଲାଟଫର୍ମରେ ୧.୧୨ ଲକ୍ଷରୁ ଅଧିକରେ ବିକ୍ରି ହେଉଛି ଭାରତୀୟ ଚର୍‌ପାଇ

ଇ-କମର୍ସ ୱେବସାଇଟ୍ ସାଧାରଣ ଲୋକଙ୍କ ଜୀବନକୁ ଅଧିକ ସହଜ ଓ ସରଳ କରିପାରିଛି। ବର୍ତ୍ତମାନ ଆମେ ଅନଲାଇନରେ ଦୈନନ୍ଦିନ ଜୀବନରେ ବ୍ୟବହୃତ ଅଧିକାଂଶ ଜିନିଷ କିଣି ପାରୁଛୁ। ଏଥିପାଇଁ ଆମକୁ ବଜାରକୁ ଯିବାକୁ ପଡୁନି। କିନ୍ତୁ ବେଳେବେଳେ କିଛି ଛୋଟ ଜିନିଷଗୁଡିକ ବି ଅନ୍‌ଲାଇନ୍‌ରେ ବହୁ ମୂଲ୍ୟରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଏହି କ୍ରମରେ, ଆମେରିକାର ଇ-କମର୍ସ ୱେବସାଇଟରେ ଭାରତୀୟ ଚର୍‌ପାଇକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ସମସ୍ତେ ଗାଁ ଗହଳିରେ ହାତବୁଣା ଚର୍‌ପାଇ ନିଶ୍ଚୟ ଦେଖିଥିବେ। ଏହି ଚରପାଇଗୁଡିକ ଗ୍ରାମାଞ୍ଚଳରେ ବହୁ ପରିମାଣରେ ବ୍ୟବହୃତ କରାଯାଏ। କମ୍‌ ଅର୍ଥ ବ୍ୟବହାର କରି ଏଗୁଡିକ ତିଆରି କରାଯାଏ। ଅନ୍ୟ ଖଟ ତୁଳନା‌ରେ ଏହି ଚର୍‌ପାଇ ତିଆରି କରିବା ପାଇଁ ବହୁତ କମ୍ ଖର୍ଚ୍ଚ ହୁଏ।

ଏହି ଚର୍‌ପାଇ ଆମାଜନ ଇଣ୍ଡିଆ ୱେବସାଇଟରେ ମଧ୍ୟ ଉପଲବ୍ଧ। ଯାହାର ମୂଲ୍ୟ ହାରାହାରି ୧୦୦୦ ଟଙ୍କା ରହିଛି। କିନ୍ତୁ ଆମେରିକାର ଇ-କମର୍ସ ପ୍ଲାଟଫର୍ମ Etsyରେ ଏହି ଚର୍‌ପାଇର ମୂଲ୍ୟ ହେଉଛି 1,12,168 ଟଙ୍କା। ବିଶ୍ବାସ ହେଉ ନଥିଲେ ବି ଏହା ସତ। Etsyରୁ ଏହି ଚର୍‌ପାଇ କିଣିବାକୁ ହେଲେ ଆପଣଙ୍କୁ ୧.୧୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏହି ମୂଲ୍ୟରେ ଆପଣ ଏକ ବିଳାସପୂର୍ଣ୍ଣ ଶଯ୍ୟା ତିଆରି କରିପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ