Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମର ଦାଦନ ଖଟିବାକୁ ଯାଇ ଥିବା ନାନୁ ଲିମାଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି:୨୮/୫(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରୁ ବାହାରକୁ ଦାଦନ ଖଟିବାକୁ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଜିଲ୍ଲାରେ ଘୋର ଅସନ୍ତୋଷ ଦେଖା ଦେଇଛି lଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ କାମ ଧନ୍ଦା ସରକାର ଯୋଗାଇ ଦେଇପାରୁ ନଥିବା ଯୋଗୁଁ ଶତାଧିକ ଯୁବକ ମହିଳା। କାମ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲି ଯାଉଛନ୍ତି l କିନ୍ତୁ ରୋଗରେ ହେଉ କିମ୍ବା ମାଲିକର ନିର୍ଯ୍ୟତନା ରେ ଶୀକାର ହୋଇ ପ୍ରାଣ ହରାଊଛନ୍ତି l ଏହାର ଏକ ଜଳନ୍ତ ଘଟଣା ଲୋକ ଲୋଚନ କୁ ଆସିଛି ଗତକାଲି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସେରଙ୍ଗ ଗ୍ରାମର ୪୫ ବର୍ଷୀୟ ନାନୁ ଲିମା ହାଇଦ୍ରାବାଦରେ କାର୍ଯ୍ୟରତ ଥିବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିଲେ। ଲିମାଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ରାଜ୍ୟ ସରକାର ଓ ଗଜପତି ଜିଲ୍ଲା ପ୍ରଶାସନ ତାଙ୍କ ପରିବାର କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଏ ଅଞ୍ଚଳର ସର୍ବସାଧାରଣ ଦାବୀ ହେଉଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories