Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ନିକଟସ୍ଥ ସିଧମଦଙ୍ଗ ଗ୍ରାମ ନିକଟରେ ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ି ଯୁବତୀ ଗୁରୁତର

ପାରଳାଖେମୁଣ୍ଡି:୩/୬(ଗରୁଡ଼ ଧ୍ଵଜ ଚୌଧୁରୀ)): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସିଦ୍ଧାମଡଙ୍ଗ-ଲକ୍ଷ୍ମୀପୁର ରେଳପ‌ଥରେ ରାଜ୍ୟରାଣୀ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବତୀ ଖସିପଡି ଗୁରୁତର ଆହତ ହୋଇଥିଲେ I ତାଙ୍କୁ ସିଦ୍ଧାମଡଙ୍ଗ ଗ୍ରାମର ଭାଇ ଭଉଣୀ ଉପେନ୍ଦ୍ର ପାଲକା ଓ ଗଜଲକ୍ଷ୍ମୀ ପାଲକା ଉଦ୍ଧାର କରିବା ସହ ଆମ୍ବୁଲାନ୍ସରେ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଆହତ ଯୁବତୀଙ୍କ ନାମ ତନୁଜା ରମିଡା (୨୧) ଏବଂ ତାଙ୍କ ଘର ସମ୍ବଲପୁର ହୋଇଥିବା ବେଳେ ସେ ଗୁଣୁପୁର ସ୍ଥିତ ଜିଆଇଇଟିରେ ବିଏସ୍‌ସି ନସିଂରେ ଦ୍ଵିତୀୟ ବର୍ଷ ଛାତ୍ରୀ. ତନୁଜା ରାଜ୍ୟରାଣୀ ଟ୍ରେନ୍‌ରେ ସମ୍ବଲପୁରରୁ ଗୁଣୁପୁର ଯାଉଥିଲେ. ପାରଳାଖେମୁଣ୍ଡି ଷ୍ଟେସନ୍‌ରୁ ପ୍ରାୟ ୪ କିମି ଦୂରରେ ଥ‌ିବା ସିଦ୍ଧାମଡଙ୍ଗ-ସି.ଏଚ୍.ଲକ୍ଷ୍ମୀପୁର ରେଳ ଫାଟକ ମଧ୍ୟବର୍ତ୍ତୀ ସ୍ଥାନରେ କୌଣସି କାରଣରୁ ଟ୍ରେନରୁ ଖସି ପଡ଼ିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories