ଗଜପତି ଜିଲ୍ଲାରେ ୧ ମାସ ଧରି ଚାଲିଥିବା ଗ୍ରୀଷ୍ମକାଳୀନ ଖୋଖୋ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ


ପାରଳାଖେମୁଣ୍ଡି:୩/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରାବନ୍ଧ ସ୍ଥିତ ଶ୍ରୀ ଭେଙ୍କଟେଶ୍ଵର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଚାଲିଥିବା ଗ୍ରୀଷ୍ମକାଳୀନ ଖୋଖୋ ପ୍ରଶିକ୍ଷଣ ଶିବର ଉଦ୍‌ଯାପିତ ହୋଇଛି। ଏହି ଖୋଖୋ ପ୍ରଶିକ୍ଷଣ ଶିବିର ଏକ ମାସ ଧରି ଚାଲିଥିଲା । ଏଥିରେ ବିଦ୍ୟାଳୟର ୧୪ ବର୍ଷରୁ କମ୍ ଉଭୟ ବାଳକ ଓ ବାଳିକା ଅଂଶଗ୍ରହଣ କରିଥିଲେ I କୋଚ୍ ବଦ୍ରି ଶବର ଓ ବିଦ୍ୟାଳୟର କ୍ରୀଡ଼ାଶିକ୍ଷକ ବାସୁଦେବ ମିଶ୍ର ପ୍ରଶିକ୍ଷଣ ଦେଇଥିଲେ I ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବି.ତିରୁମଲା ରାଓ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସୂଚନାଯୋଗ୍ୟଯେ ଅନ୍ତର୍ଜାତୀୟ ଖୋଖୋ ଖେଳାଳି ପାବନୀ ଶବର ଏହି ବିଦ୍ୟାଳୟରେ ପଢୁଥ‌ିବା ବେଳେ କ୍ରୀଡ଼ାଶିକ୍ଷକ ଶ୍ରୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ଖେଳ ଆରମ୍ଭ କରିଥିଲେ I ପ୍ରଧାନଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କ ତାଙ୍କୁ ଉତ୍ସାହ କରିଥିଲେ I ଏଭଳି ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ପାଇବାରୁ ପାବନୀ ଭଲ ଖୋଖୋ ଖେଳାଳି ହୋଇପାରିଛନ୍ତି।