Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ରଥଯାତ୍ରାର ତିନି ରଥ ନିର୍ମାଣ କାର୍ଯ୍ୟକୁ ବନ୍ଦ କଲେ ରଥ ନିର୍ମାଣକାରୀ ମହାରଣା

ପାରଳାଖେମୁଣ୍ଡି:୫/୬(ଗରୁଡ ଧ୍ଵଜ ଚୌଧୁରୀ) ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ନିର୍ମାଣ ଚାଲିଥିବା ତିନି ରଥ ନିର୍ମାଣ କାର୍ଯ୍ୟକୁ ରଥ ନିର୍ମାଣରେ ନିୟୋଜିତ ମହାରଣାମାନେ ଗତକାଲି ଠାରୁ ସମସ୍ତ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରଖିଛନ୍ତି. ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ତିନି ରଥ କାମ ଜୋରସୋର୍‌ରେ ଚାଲିଥିଲା । ଚଳଚଞ୍ଚଳ ହୋଇ ଉଠିଥିଲା ରଥ ନିର୍ମାଣ ସ୍ଥଳ। ହେଲେ ଅନ୍ନପ୍ରସାଦ ବଣ୍ଟନରେ ପରମ୍ପରା ଭଙ୍ଗ ହୋଇଥିବା ଅଭିଯୋଗ କରି ଗତକାଲି ଠାରୁ ରଥ ନିର୍ମାଣ କାର୍ଯ୍ୟକୁ କାରିଗରମାନେ ବନ୍ଦ କରିଦେଇଛନ୍ତି । ପାରଳାଖେମୁଣ୍ଡି ରଥଯାତ୍ରାର ରଥ ନିର୍ମାଣ କରୁଥିବା ମୁଖ୍ୟ କାରିଗର ଅଶୋକ କୁମାର ମହାରଣା କହିଛନ୍ତି ପରମ୍ପରା ଅନୁଯାୟୀ ପ୍ରତ୍ୟେକ ବର୍ଷ ରଥଯାତ୍ରାରେ ଅନ୍ନପ୍ରସାଦ ୧୨ ପଣ୍ଡାଙ୍କ ସମେତ ରଥ ନିର୍ମାଣ କରୁଥିବା ବାଢେଇ, ଡାହୁକ ଓ ସେଠାରେ ଥ‌ିବା କୃଷ୍ଣମନ୍ଦିରକୁ ପ୍ରତିଦିନ ପ୍ରଦାନ କରାଯାଇଥାଏ। ରାଜ ରାଜୁଡା ଶାସନ ଅମଳରୁ ପାରଳାରେ ରଥଯାତ୍ରା ପାଳନ ହେବା ଦିନ ଠାରୁ ଏହି ପରମ୍ପରା ରହିଛି। କିନ୍ତୁ ମଙ୍ଗଳବାର ଅନୁଷ୍ଠିତ ରଥଯାତ୍ରା ଅନ୍ନପ୍ରସାଦ କମିଟି ବୈଠକରେ ରଥ ନିର୍ମାଣ କରୁଥିବା କାରିଗରଙ୍କୁ ଅନ୍ନପ୍ରସାଦ ନ ଦେବା ପାଇଁ ନିଷ୍ପତ୍ତି ହୋଇଛି। ସ୍ବାଭିମାନ ଦୃଷ୍ଟିରୁ ରଥ ନିର୍ମାଣ କାମ ବନ୍ଦ ରଖିଛନ୍ତି ବୋଲି ଅତ୍ୟନ୍ତ ଦୁଃଖର ସହ ଅଶୋକ ମହାରଣା ପ୍ରକାଶ କରିଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories