Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ପ୍ରଶାସନର ଅବହେଳା ପ୍ରତିବାଦରେ ମୋହନା ବ୍ଲକ କୁମୁଲୁସିଂ ଗ୍ରାମବାସୀ ନିଜ ଉଦ୍ୟମରେ ସେତୁ ନିର୍ମାଣ ଆରମ୍ଭ କଲେ

ପାରଳାଖେମୁଣ୍ଡି:୫/୬(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ମୋହନା ବ୍ଲକର କୁମୁଲସିଂ ଗ୍ରାମବାସୀ ନିଜର ଗମନାଗମନ ସୁବିଧା ପାଇଁ ବହୁବାର ବ୍ଲକ ପ୍ରଶାସନ ନିକଟରେ ନିଜର ଦାବୀ ଜଣାଇଥିଲେ।ରାମ ନଦୀ ଉପରେ ସେତୁ ବାନ୍ଧିବା ପାଇଁ ସେମାନେ ବାରମ୍ୱାର ଅନୁରୋଧ କରିବା ସତ୍ତ୍ୱେ ଫଳପ୍ରଦ ନହେବାରୁ କୁମୁଲସିଂ ଗ୍ରାମବାସୀ ନିଜ ଉଦ୍ୟମରେ ସେତୁ ନିର୍ମାଣ କାମ ହାତକୁ ନେଇଛନ୍ତି। ତାଂକ ସହ ଜୁରାପେଟା ଗ୍ରାମବାସୀ ସହଯୋଗ କରୁଛନ୍ତି।୧୦୦ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ବଡବଡ ପଥର ମୁଣ୍ଡାଇ ଏହି କାମରେ ନିୟୋଜିତ ହୋଇଛନ୍ତି।ଏହିଭଳି ଭାରାକ୍ରାନ୍ତ ଶ୍ରମପାଇଁ ଅଂଚଳବାସୀ ପ୍ରଶାସନର ବିଶ୍ଵାସ ତୁଟାଇ ଦେଇଛନ୍ତି।ଜିରାଂଗ ଓ ଡାବରଗୁଡା ପଂଚାୟତର ଗ୍ରାମବାସୀ ଅସହ୍ଯ ଖରାରେ ଏହି କାମ ହାତକୁ ନେଇଛନ୍ତି।ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜୀବ ଦାସଂକୁ ଏହି ବିଷୟରେ ପଚାରିବାରୁ ସେ କହିଥିଲେ ଏହି ନିର୍ମାଣ କାମ ଗ୍ରାମ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯାଇଛି। ନିକଟରେ ଏହି ନିର୍ମାଣ କାମ ଆରମ୍ଭ ହେବ।