Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକ ନିର୍ବାଚନ; ୮୨ ଆସନରେ ଆଗୁଆ କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ବିଜେପିକୁ ବହୁ ପଛରେ ପକାଇ ବିଜୟ ଲକ୍ଷ୍ୟରେ ଆଗେଇ ଚାଲିଛି କଂଗ୍ରେସ। ଚାଲିଛି କର୍ଣାଟକ ଭୋଟ ଗଣତି। କର୍ଣ୍ଣାଟକରେ କଂଗ୍ରେସ ଲିଡ କରୁଥିବା ବେଳେ ବହୁ ପଛରେ ରହିଯାଇଛି ବିଜେପି। ଇଲେକ୍ସନ କମିଶନ ୱେବ୍‌ସାଇଟର ସୂଚନା ଅନୁସାରେ, ସକାଳ ସାଢ଼େ ୯ ସୁଦ୍ଧା କଂଗ୍ରେସ ୪୪.୪ ପ୍ରତିଶତ ହାରରେ ବିଜେପି ଠାରୁ ଆଗରେ ରହିଛି।

କଂଗ୍ରେସ ୮୨ ଆସନରେ ଆଗୁଆ ଥିବା ବେଳେ ବିଜେପି ୫୨ ଆସନରେ ଆଗୁଆ ରହିଛି। ଏହା ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବେ ଗୌଡ଼ାଙ୍କ ଦଳ ଜେଡିଏସ୍ ଆରମ୍ଭରୁ ୧୬ ପର୍ଯ୍ୟାୟରେ ଆଗୁଆ ରହିଥିଲା। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆଜି ଅପରାହ୍ନ ୩ ଟା ସୁଦ୍ଧା କର୍ଣ୍ଣାଟକର ସ୍ଥିତି ସ୍ପଷ୍ଟ ହୋଇଯିବ ବୋଲି ଜଣାପଡ଼ୁଛି।