Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି : ଶବ ସତ୍କାର ପାଇଁ ଆସି ମହେନ୍ଦ୍ରତନୟା ନଦୀରେ ନିଖୋଜ ଥିବା ବୃଦ୍ଧଙ୍କ ଗଳିତ ଶବ ୭ ଦିନ ପରେ ଉଦ୍ଧାର

ପାରଳାଖେମୁଣ୍ଡି:୭/୬ (ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ମହେନ୍ଦ୍ରତନୟା ନଦୀରେ ନିଖୋଜ ହୋଇଥିବା ବୃଦ୍ଧଙ୍କ ଗଳିତ ଶବ ଗତକାଲି ଏକ ସପ୍ତାହ ପରେ ଉଦ୍ଧାର କରାଯାଇଛି. ଏହି ବୃଦ୍ଧ ଜଣକ ଏକ ଶବ ସତ୍କାର କାମରେ ମହେନ୍ଦ୍ରତନୟା ନଦୀ ତଟର ସସ୍ମନରେ ଶବ ସତ୍କାର କାମ ପରେ ଗାଧେଇବା ପାଇଁ ନଦୀକୁ ଯାଇଥିଲେ. ହେଲେ ନଦୀର ପ୍ରଖର ସ୍ରୋତରେ ସେ ଭାସି ଯାଇ ନିଖୋଜ ଥିଲେ. ଘଟଣାରୁ ପ୍ରକାଶ, ଗୋଷାଣୀ ବ୍ଲକ ଅନ୍ତର୍ଗତ ମାଛମରା ନିକଟ ମହେନ୍ଦ୍ରତନୟା ନଦୀରେ ବୁଡ଼ି ଯାଇ ନିଖୋଜ ମାମିଡି ସାବରେୟାଙ୍କ ଶବ ଗତକାଲି ସାତ ଦିନ ପରେ ଉଦ୍ଧାର କରାଯାଇଛି । ସେ ଗତ ମେ’ ୩୧ ତାରିଖରେ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ. ସେହି ଦିନ ଠାରୁ ଉଭୟ ଅଗ୍ନିଶମ ବାହିନୀ, ଗୁରାଣ୍ଡି ପୁଲିସ ଓ ଗ୍ରାମବାସୀ ଖୋଜାଖୋଜି କରି ଆସୁଥିଲେ. ତେବେ ଗତକାଲି ତାଙ୍କ ଗଳିତ ଶବ ନିଖୋଜ ହୋଇ ଥିବା ମହେନ୍ଦ୍ରତନୟା ନଦୀର 5 କିମି ପରେ ମହେନ୍ଦ୍ରତନୟା ନଦୀର ବାଘଶାଳା- ଯୁବରାଜପୁର ନଦୀ ପଠାରେ ମଧ୍ୟରେ ମିଳିଥିବାର ଜଣାପଡିଛି। ବାଘଶାଳା ଗ୍ରାମର ଜଣେ ଯୁବକ ସ୍ନାନ ପାଇଁ ଗତକାଲି ଅପରାହ୍ଣ ସମୟରେ ଯାଇଥିବା ବେଳେ ଗଳିତ ଶବଟି ଦେଖିଥିଲେ। ଏହାପରେ ଅଗ୍ନିଶମ ବିଭାଗ ଓ ଗୁରାଣ୍ଡି ପୁଲିସ୍‌କୁ ଖବର ଦିଆ ଯାଇଥିଲା. ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ଗଳିତ ଶବକୁ ଉଦ୍ଧାର କରିଥିବା ବେଳେ ଗୁରାଣ୍ଡି ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିବାର ଥାନା ଅଧିକାରୀ ଓମ୍ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏନେଇ ଗୁରାଣ୍ଡି ଥାନାରେ କେସ୍ ନଂ ୫/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଗ୍ରାମବାସୀଙ୍କ କହିବା ମୁତାବକ ମାମିଡି ସାବରେୟା ଗ୍ରାମର ଜଣେ ବୃଦ୍ଧାଙ୍କ ଶବ ସତ୍କାର କାର୍ଯ୍ୟରେ ଯୋଗ ଦେବା ନିମନ୍ତେ ଯାଇଥିଲେ। ବୃଦ୍ଧାଙ୍କ ଶବ ସତ୍କାର କାର୍ଯ୍ୟ ପରେ ମହେନ୍ଦ୍ରତନୟା ନଦୀରେ ଗାଧୋଇବା ବେଳେ ଗୋଡ ଖସିଯିବାରୁ ପ୍ରଖର ସ୍ରୋତରେ ଭାସି ନିଖୋଜ ହୋଇ ଯାଇଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories