Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକରେ ହାରିଥିବା ସ୍ଵୀକାର କଲେ ମୁଖ୍ୟମନ୍ତ୍ରୀ ବୋମ୍ମାଇ, କଂଗ୍ରେସ କହିଲା- ଏହା ମୋଦୀଙ୍କ ପରାଜୟ

ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ୨୦୨୩ରେ କଂଗ୍ରେସ ସ୍ପଷ୍ଟ ବହୁମତ ଆଡକୁ ଅଗ୍ରସର ହେଉଥିବା ବେଳେ ବିଜେପି ବଡ଼ ପରାଜୟର ସାମ୍ନା କରୁଛି। ଆସନ୍ନ ପରାଜୟ ଦେଖିବା ପରେ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ଦଳ ଭଲ ପ୍ରଦର୍ଶନ କରିନଥିବା ସଙ୍କେତ ଦେଇଛନ୍ତି। ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ କହିଛନ୍ତି, ସେ ଚୂଡାନ୍ତ ଫଳାଫଳକୁ ଅପେକ୍ଷା କରିଛନ୍ତି। ଦଳ ପରାଜୟ କାରଣର ସମୀକ୍ଷା କରାଯିବ ଏବଂ ଦଳର ପୁନର୍ଗଠନ ହେବ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଚିତ୍ର ସଂପୂର୍ଣ୍ଣ ଭାବେ ସ୍ପଷ୍ଟ ହୋଇ ଯାଇଛି। କଂଗ୍ରେସ ଶିବିରରେ ଖୁସିର ମାହୋଲ ରହିଥିବା ବେଳେ ଦିଲ୍ଲୀରୁ କର୍ଣ୍ଣାଟକ ପାର୍ଟି ଦପ୍ତରରେ ହୋଲି ଏବଂ ଦୀପାବଳି ପାଳନ କରାଯାଉଛି। ବିଜେପି ଶିବିର ଖାଁ ଖାଁ ଲାଗୁଛି। ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ନିଜର ପରାଜୟ ସ୍ଵୀକାର କରିଛନ୍ତି।

କଣ କହିଲେ ବୋମ୍ମାଇ

ବୋମ୍ମାଇ ମିଡିଆରେ କହିଛନ୍ତି ଯେ, ସେ ଚୂଡାନ୍ତ ଫଳାଫଳକୁ ଅପେକ୍ଷା କରିଛନ୍ତି। ଦଳ ପରାଜୟ କାରଣର ସମୀକ୍ଷା କରାଯିବ ଏବଂ ଦଳର ପୁନର୍ଗଠନ କରାଯିବ। ଆମେ ପୁଣି ଥରେ ଆଗକୁ ବଢିବୁ। ଆଗକୁ ଲୋକସଭା ନିର୍ବାଚନ ହେବାକୁ ଯାଉଛି। ଆମେ ଏଠାରେ ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିବୁ। ପାର୍ଟି ସଂଗଠନକୁ ପୁନର୍ବାର ଛିଡ଼ା କରାଇବୁ।

କଣ କହିଲା କଂଗ୍ରେସ

କର୍ଣ୍ଣାଟକ ନିର୍ବାଚନ ପରିଣାମ ଉପରେ କଂଗ୍ରେସର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଦଳ କହିଛି ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାଜୟ। କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଟୁଇଟ୍ କରି କହିଛନ୍ତି, ଯେମିତି ଯେମିତି ପରିଣାମ ଆଗକୁ ବଢୁଛି, ସେଥିରୁ ସ୍ପଷ୍ଟ ହେବାରେ ଲାଗିଛି ଯେ, କଂଗ୍ରେସ ଜିତୁଛି ଏବଂ ପ୍ରଧାନମନ୍ତ୍ରୀ ହାରୁଛନ୍ତି। ରାଜ୍ୟବାସୀ ବିଜେପିକୁ ସଂପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ