Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋହନା ଥାନା କୁଇହୁରୁ ଗ୍ରାମ ରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗରେ ୧୦ ଗିରଫ, ଖପୁରି, ହାଡ଼ ପାଉଁଶ ସହ ହତ୍ୟାର ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ

ପାରଳାଖେମୁଣ୍ଡି:୧୧/୬(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକର ମୋହନା ଥାନା ଅନ୍ତର୍ଗତ କୁଇହୂରୁ ଗ୍ରାମର କାମ୍ବି ମଳିକ (୬୦) ବର୍ଷ ବୃଦ୍ଧଙ୍କୁ ହତ୍ୟା କରି ପରେ ପୋଡ଼ି ଦେବା ଘଟଣାରେ ମୋହନା ପୁଲିସ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ସେମାନଙ୍କ ମଧ୍ୟରେ ୮ଜଣ ମହିଳା ଥିବା ବେଳେ ୨ଜଣ ପୁରୁଷ ଅଛନ୍ତି l ପୋଲିସ ଘଟଣା ସ୍ଥଳରୁ ଖପୁରି, ହାଡ଼ ପାଉଁଶ କୁ ଜବତ କରିବା ସହ ହତ୍ୟାର ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସର ସୂଚନା ମୁତାବକ କାମ୍ବୀ ମଳିକ ଗାଁରେ ରହି ମହିଳା ମାନଙ୍କ ସହ ବଳ ପୂର୍ବକ ଅନୈତକ ସମ୍ପର୍କ ରଖି ଆସୁଥିଲା l ପ୍ରତିବାଦ କଲେ ପ୍ରାଣରେ ମାରିଦେବାକୁ ଧମକ ଦେଇ ଆସୁଥିଲା l ଗତ ୨ଗାଁର ଜନୈକ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ପୀଡ଼ିତା ମହିଳାଙ୍କ ସମେତ ଅନ୍ୟ ମହିଳାମାନେ ପ୍ରତିଶୋଧ ପରାୟଣ ହୋଇ ସଂଘବଦ୍ଧ ଭାବେ ବୃଦ୍ଧଙ୍କୁ ହତ୍ୟା କରି ଗାଁ ଠାରୁ ଗୋଟିଏ କିଲୋମିଟର ଦୂରରେ ପେଟ୍ରୋଲ ଓ ଡିଜେଲ ଧଳି ଶବକୁ ପୋଡି ଦେଇଥିଲେ l ତେବେ ଏହି ଘଟଣାରେ ଅନ୍ୟ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ତଦନ୍ତ ଜାରି ରହିଛି ଅନ୍ୟ କିଏ ସମ୍ପୃକ୍ତ ଥିବା ଜଣା ପଡ଼ିଲେ ତାଙ୍କୁ ପୋଲିସ ଗିରଫ କରିବ ବୋଲି ପୋଲିସ ସୂଚନା ଦେଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories