Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ସରକାର ଟ୍ରେନ ଓ ବସ ରେ ମାଗଣାରେ ଯାତାୟାତ କରିବାକୁ ନେଇ ଆର ଟି ଓ ଙ୍କୁ ଦାବୀ ପତ୍ର ପ୍ରଦାନ

ଗଜପତି ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଛାତ୍ର ଛାତ୍ରୀ ମାନଙ୍କୁ ସରକାର ଟ୍ରେନ ଓ ବସ ରେ ମାଗଣାରେ ଯାତାୟାତ କରିବାକୁ ନେଇ ଆର ଟି ଓ ଙ୍କୁ ଦାବୀ ପତ୍ର ପ୍ରଦାନ
ପାରଳାଖେମୁଣ୍ଡି:୧୨/୬(ଗରୁଡ ଧ୍ଵଜଚୌଧୁରୀ) ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆଦେଶ କ୍ରମେ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଙ୍କ, ଜିଲ୍ଲା କଂଗ୍ରେସ ଉପ-ସଭାପତି ଗରୁଡ ଧ୍ଵଜ ଚୌଧୁରୀ ପୂର୍ବତନ ଉପ ନଗର ପାଳ ସଞ୍ଜୟ ଅଧିକାରୀଙ୍କ ନେତୃତ୍ୱରେ ହୋଇଥିବା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ପରିସରରୁ ଏକ ବିଶାଳ ମୋଟର ସାଇକେଲ ରାଲିରେ ଛାତ୍ର କଂଗ୍ରେସର ଶତାଧିକ ଛାତ୍ର ନେତା ଙ୍କ ଦ୍ଵାରା ସହର ପରିକ୍ରମା କରି ଛାତ୍ରୀ ଓ ପରୀକ୍ଷାର୍ଥୀ ମାନଙ୍କ ପାଇଁ ଦେୟମୁକ୍ତ ବସ/ଟ୍ରେନ ଯାତ୍ରା ଦାବିରେ ପରିବହନ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚି ଥିଲେ ସେଠାରେ ଅନୁଷ୍ଠିତ ଏକ ସଭାରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ଜିଲ୍ଲା କଂଗ୍ରେସ ଉପ ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ ଉଦବୋଧନ ଦେଇ କହିଥିଲେ ଯେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ଙ୍କ ନିର୍ଦ୍ଧେଶ ଅନୁଯାୟୀ ଆଜି ଛାତ୍ର କଂଗ୍ରେସର ନେତାମାନଙ୍କ ଦ୍ବାରା ଏହି ଆନ୍ଦୋଳନ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଆଗାମୀ ଦିନରେ ସ୍କୁଲ, କଲେଜ ଏଵଂ ଇଣ୍ଟରିଭ ଦେବାକୁ ଯାଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ବସ ଓ ଟ୍ରେନରେ ମାଗଣାରେ ଯାତ୍ରା କରିବାକୁ ଦେବାକୁ ରାଜ୍ୟ ଓ କେନ୍ଦ୍ର ର ଡବଲ ଇଞ୍ଜିନ ସରକାର ପଦକ୍ଷେପ ନେବାକୁ ଦାବୀ କରିଥିଲେ l ଏହି ଅବସରରେ ଏକ ସ୍ମାରକ ପତ୍ର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ଜିଲ୍ଲା କଂଗ୍ରେସ ଓ ଛାତ୍ର କଂଗ୍ରେସ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ମହିଳା କଂଗ୍ରେସ ନେତ୍ରୀ ଜସ୍ମିନ୍ ସେଖ୍, ବଳିଆ ପଣ୍ଡା , ସୂର୍ଯ୍ୟ ନାରାୟଣ ପାତ୍ର,ତ୍ରିନାଥ ପାତ୍ର, ସଂଗ୍ରାମ ସାହୁ, କୁନା ମାଝୀ, ମୁନା ମହାରଣା, ପାର୍ଥ ପାଳ, ବାବୁଲି ସାହୁ, ଆଇନଜୀବୀ ଅଶୋକ ଅଧିକାରୀ, ରାଧାକାନ୍ତ ରଥ, କୁରା ପରିଡା ସମେତ ମୋହନା, ଆର ଉଦୟଗିରି, ନୂଆଗଡ, ରାୟଗଡ ବ୍ଲକ ସମେତ ପାରଳାଖେମୁଣ୍ଡି ରୁ ଶତାଧିକ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ, ଓ ମହିଳା କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ

More Stories