Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କର୍ଣ୍ଣାଟକରେ କଂଗ୍ରେସର ବାଜିମାତ୍‌ ପରେ ପ୍ରତିକ୍ରିୟା ଦେଲେ ରାହୁଲ; କହିଲେ କର୍ଣ୍ଣାଟକରେ ବନ୍ଦ ହେଲା ଘୃଣାର ବଜାର, ଖୋଲିଲା ସ୍ନେହର ଦୋକାନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବଡ ବିଜୟ ହୋଇଛି। ବିଜେପିକୁ ପଛରେ ପକାଇ ବାଜି ମାରିଛି କଂଗ୍ରେସ। କଂଗ୍ରେସର ବଡ ବିଜୟ ପରେ ବଡ ବୟାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ ମୁଁ କର୍ଣ୍ଣାଟକର ଲୋକଙ୍କୁ, କର୍ମୀ, ନେତା ଏବଂ କର୍ଣ୍ଣାଟକରେ କାର୍ଯ୍ୟ କରୁଥିବା ସମସ୍ତ ନେତାଙ୍କୁ ଅଭିନନ୍ଦନ ଜଣାଉଛି।

ଅନ୍ୟପକ୍ଷରେ ଗରିବ ଲୋକଙ୍କ ଶକ୍ତି ଥିଲା, କର୍ଣ୍ଣାଟକରେ ଗରିବଙ୍କ ସହ କଂଗ୍ରେସ ଦଳ ଥିଲା। କର୍ଣ୍ଣାଟକର ଜନତା ଦେଖାଇ ଦେଇଛନ୍ତି କି ଭାରତରେ ସ୍ନେହ ପ୍ରେମ ସମସ୍ତଙ୍କୁ ଭଲ ଲାଗେ । କର୍ଣ୍ଣାଟକରେ ଘୃଣାର ବଜାର ବନ୍ଦ ହୋଇ ସ୍ନେହର ଦୋକାନ ଖୋଲିଥିବା କଥା ସେ କହିଛନ୍ତି । ଦିଆଯାଇଥିବା ୫ଟି ପ୍ରତିଶୃତିକୁ କ୍ୟାବିନେଟର ପ୍ରଥମ ଦିନରେ ପୂରଣ କରିବାକୁ କହିଛନ୍ତି ରାହୁଲ।

ସୂଚନା ଅନୁଯାୟୀ ଅପରାହ୍ନ ୨.୩୦ ସୁଦ୍ଧା ମୋଟ ୨୨୪ ଟି ସିଟ୍ ମଧ୍ୟରୁ ୧୩୭ ଟି ଆସନରେ କଂଗ୍ରେସ ଆଗୁଆ ରହିଥିଲା। ଯେଉଁଠାରେ ବିଜେପି ୬୨ ଟି ଆସନରେ ଆଗରେ ରହିଥିଲା। ୨୧ ଟି ଆସନରେ JDS ଆଗରେ ରହିଥିଲା। ରାଜ୍ୟରେ ସରକାର ଗଠନ ପାଇଁ ଗୋଟିଏ ଦଳ ୧୧୩ ଟି ଆସନ ଆବଶ୍ୟକ କରେ।