Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଉପକଣ୍ଠ ଯାଜପୁର ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଆକାଂକ୍ଷା ପକ୍ଷରୁ ରଜ ଉତ୍ସବ ପାଳନ

ପାରଳାଖେମୁଣ୍ଡି ଉପକଣ୍ଠ ଯାଜପୁର ଗ୍ରାମ ଅଙ୍ଗନବାଡ଼ି କେନ୍ଦ୍ର ଠାରେ ଆକାଂକ୍ଷା ପକ୍ଷରୁ ରଜ ଉତ୍ସବ ପାଳନ
ପାରଳାଖେମୁଣ୍ଡି:୧୫/୬(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ଆକାଂକ୍ଷା ପକ୍ଷରୁ ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁର ଅଙ୍ଗନବାଡ଼ି କେନ୍ଦ୍ରରେ ରଜ ଉତ୍ସବ 2025 ପାଳିତ ହୋଇଯାଇଛି। ଏହି ଅବସରରେ ରଜଦୋଳି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା। ଏଥିରେ କୁନି କୁନି ଶିଶୁ ଓ କିଶୋରୀ ଝିଅ ମାନଙ୍କୁ ମେହେନ୍ଦି ଅଳତା ଆଦି ଲଗାଇ ସଜ୍ଜିତ କରାଯାଇଥିଲା। ଉତ୍ସବ ର ମୁଖ୍ୟ ଆକର୍ଷଣ ଥିଲା ରଜଦୋଳି ଗୀତ ସାଙ୍ଗ କୁ ପୋଡ଼ ପିଠା,ଗଜା, କାକରା, ଆରିସା, ଲଡୁ, ବୁନ୍ଦି, ଚକୋଲେଟ, ଆହୁରି ଅନ୍ୟାନ୍ୟ ମିଠା। ଏହା ସହିତ ମିଠା ପାନ ଉତ୍ସବ ର ଅନ୍ୟ ଆକର୍ଷଣ ଥିଲା। ଏହି କାର୍ଯ୍ୟକ୍ରମ ରେ ମହିଳା ସାମ୍ବାଦିକା ଶ୍ରୀମତୀ ରେଣୁବାଳା ବେହେରା ଙ୍କୁ ସାମ୍ବାଦିକତା କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁଁ ଆକାଂକ୍ଷା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀମତି ସ୍ଵର୍ଣ୍ଣ ପ୍ରଭା ପାଠି , ଶ୍ରୀମତି ଭାଗ୍ୟ ଲକ୍ଷ୍ମୀ ନାୟକ ,ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଉପସ୍ଥିତ ରହି ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବରେ ପାଟି କୋଟା ସୁଧାର ଗୃହର ପରିଚାଳିକା ମଞୁ ଲତା ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ରେଖା ଡିଜିଟାଲ ଇଡି ର ମୁଖ୍ୟ କ୍ଷୀରାବ୍ଧୀ ତନୟା ପଣ୍ଡା, ସମ୍ମାନିତ ଅତିଥି ଭାବେ ଶ୍ରୀ ଇଶାନ ଚାନ୍ଦ ଓଁକାର, ଶ୍ରୀ ମନୋଜ କୁମାର ପଣ୍ଡା, ଯୋଗ ଦେଇ ରଜ ଉତ୍ସବ ପାଳନ ଉପରେ ଆଲୋକପାତ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅଙ୍ଗନବାଡ଼ି ଦିଦି ଶ୍ରୀମତି କୁନନ୍ଦ ପ୍ରଧାନ, ପୁଷ୍ପା ଞଳୀ ପଣ୍ଡା,, କବିତା ମଲ୍ଲିକ, ଅଞ୍ଜନା ଦାସ , ଯୋର୍ତିମୟୀ ପଣ୍ଡା,ଶୈଳ ବାଳା ସାହୁ,ଉଷାରାଣୀ ମିଶ୍ର ଓ ଅନ୍ୟାନ୍ୟ ସଦସ୍ୟା ମାନେ ଏବଂ ବହୁ ସଂଖ୍ୟା ରେ କିଶୋରି ବାଳିକା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories