ପାରଳାଖେମୁଣ୍ଡି ଠାରେଆଈ:ଏସ:ଆର:ଡି: ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ରଜ ଉତ୍ସବ


ପାରଳାଖେମୁଣ୍ଡି:୧୫/୬(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଈ:ଏସ:ଆର:ଡି ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ରଜ ଉତ୍ସବ ପାଳିତ ହୋଇଯାଇଛି |ଏହି କାର୍ଯକ୍ରମର ପ୍ରାରମ୍ଭରେ ସଖୀ ୱାନ ଷ୍ଟପ କେନ୍ଦ୍ରର ଆଇନ ପରାମର୍ଶ ଦାତା ଶ୍ରୀ ନାଗେଶ୍ଵର ଚୌଧୁରୀ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ । କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଏହି ଦିବସର ଲକ୍ଷ ଓ ଉଦେଶ୍ୟ ଉପରେ ସମ୍ୟକ ବିବରଣୀ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରିଥିଲେ |ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ମହିଳା ସୁରକ୍ଷ୍ୟା ଅଧିକାରୀ ତଥା ୱାନ ଷ୍ଟପ କେନ୍ଦ୍ରର ନୋଡାଲ ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଏହି ରଜ ଉତ୍ସବ ପାଳନ ର ଉଦେଶ୍ୟ ଏବଂ ପରମ୍ପରା ବିଷୟ ରେ ବୁଝାଇବା ସହ ୱାନ ଷ୍ଟପ କେନ୍ଦ୍ର ଏହି ସୁନ୍ଦର କାର୍ଯକ୍ରମ ଆୟୋଜନ କରିଥିବାରୁ ଖୁସି ହେବା ସହ ସମସ୍ତ ଷ୍ଟାଫ ଙ୍କୁ ଧନ୍ୟବାଦ ଜଣାଇଥିଲେ |ସମ୍ମାନୀତ ଅତିଥି ଭାବେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ ସୁନିତା , କିଶୋରୀ ନ୍ୟାୟ ପରିଷଦ ସଦସ୍ୟା ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ , ଶିଶୁ କଲ୍ୟାଣ ସମିତି ସଦସ୍ୟା ଶ୍ରୀମତୀ ମମତା ରାଣୀ ଶତପଥୀ , ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁ, ସିଡ଼ିପିଓ ଗୁମ୍ମା , ଶ୍ରୀମତୀ ସବିତା ପଟ୍ଟନାୟକ , ସିଡ଼ିପିଓ, ମୋହନା , ଶ୍ରୀମତୀ ପାୟଲ ପାଣୀଗ୍ରାହୀ , ଜିଲ୍ଲା ସଞ୍ଜୋଜିକା ପୋଷଣ , ପ୍ରମୁଖ ଉପସ୍ଥିତ ରହି ଓଡ଼ିଶାରେ ରଜ ପର୍ବର ଲକ୍ଷ୍ୟ ନାରୀତ୍ୱ , ପୃଥିବୀର ଉର୍ବରତା ଏବଂ ମୌସୁମୀ ଋତୁର ଆଗମନକୁ ପାଳନ କରିବ। ଏହା ଏକ ତିନି ଦିନିଆ ପର୍ବ ଯେଉଁଠାରେ ମହିଳାମାନଙ୍କୁ ବିଶେଷ ବିଶ୍ରାମ ଏବଂ ସମ୍ମାନ ଦିଆଯାଏ , ଯାହା ଋତୁସ୍ରାବ ସମୟରେ ପୃଥିବୀର ବିଶ୍ରାମ ଏବଂ ପୁନରୁଦ୍ଧାରର ପ୍ରତୀକ , ଯାହା ବର୍ଷା ଆରମ୍ଭ ସହିତ ମେଳ ଖାଏ ବୋଲି ବିଶ୍ୱାସ କରାଯାଏ। ଏହି ପର୍ବ ସମାଜରେ ମହିଳାମାନଙ୍କର ଗୁରୁତ୍ୱ ଏବଂ ପରିବାର ଏବଂ ସମ୍ପ୍ରଦାୟରେ ସେମାନଙ୍କର ଭୂମିକାକୁ ମଧ୍ୟ ଆଲୋକିତ କରିବା ସହସାମାଜିକ ପାରସ୍ପରିକ କ୍ରିୟାକୁ ଉତ୍ସାହିତ କରିଥାଏ । ଲୋକମାନେ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବା , ଉପହାର ଆଦାନ ପ୍ରଦାନ କରିବା ଏବଂ ପାରମ୍ପରିକ ସୁସ୍ୱାଦୁ ଖାଦ୍ୟ ଉପଭୋଗ କରିବା ସହିତ ରଜ ହେଉଛି ଏକ ଜୀବନ୍ତ ଉତ୍ସବ ଯେଉଁଥିରେ ପାରମ୍ପରିକ ଖେଳ , ବିଶେଷକରି ଦୋଳିରେ କ, ଏବଂ ବିଶେଷ ଖାଦ୍ୟ ଏବଂ ମିଠା ପ୍ରସ୍ତୁତି ଏବଂ ସେବନ କରାଯାଏ ବୋଲି କହିଥିଲେ ।ଏହି ରଜ ଉତ୍ସବ ରେ ଓଡିଶାର ପାରମ୍ପରିକ ପିଠା ପୋଡ ପିଠା , କାକରା ପିଠା , ବିଭିନ୍ନ ପ୍ରକାରର ପାରମ୍ପରିକ ପିଠାମିଠା ସାଙ୍ଗକୁ ମିଠା ପାନ ପରିବେଷଣ କରାଯିବା ସହିତ ବିଭିନ୍ନ ବେଷଭୂଷା , ଅଳତା ଲଗାଇବା , ମେହେନ୍ଦି ପକାଇବା ସହ ଦୋଳିଖେଳି ଆଦି ମନୋରଞ୍ଜନ କାର୍ଯକ୍ରମ କରା ଯାଇଥିଲା | ଏହି କାର୍ଯକ୍ରମରେ ଶ୍ରୀ ଏଲ୍: ରାମ ପ୍ରସାଦ ଜିଲ୍ଲା ସଞ୍ଜୋଜକ ଡିଏଚଇଡବ୍ଲୁ ଏବଂ ଷ୍ଟାଫ୍ ଶ୍ରୀ ଲକ୍ଷ୍ମୀ ନାରାୟଣ ପାମୂଲ , ଶ୍ରୀ ସୂର୍ଯ୍ୟ ପ୍ରସାଦ ପାଢୀ , ସୁଶ୍ରୀ ଗାୟତ୍ରୀ ପଟ୍ଟନାୟକ ଆଦି ଉପସ୍ଥିତ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀଲକ୍ଷ୍ମୀ ପାଣୀଗ୍ରାହୀ , ମଧୁସ୍ମିତା ପାଢୀ , ମୋହିନୀ ପ୍ରଧାନ , ସୁନିତା ବେହେରା , ମୋନାଲିସା ବେହେରା , ନିରୂପମା ରାଉଳ , ହରିକୃଷ୍ଣ ଚୌଧୁରୀ , ଟି ସୁରେଶ କୁମାର , ଦିବ୍ୟ କୁମାର ସୁଆର ଏବଂ ଆଇଏସଆରଡ଼ି ପରିବାର ର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟ କ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ପରିଶେସରେ ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ |