Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ବନାଞ୍ଚଳ ରେ ବିଭାଗୀୟ ପେଟ୍ରୋଲିଂ ବ୍ୟବସ୍ଥା ସମ୍ପୂର୍ଣ ଠପ: ବନ କର୍ମଚାରୀଙ୍କ କଳାବ୍ୟାଜ୍‌ ପରିଧାନ

ପାରଳାଖେମୁଣ୍ଡି;୧୬/୬(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ସମସ୍ତ ୩୧ ଜଣ ଫରେଷ୍ଟର, ୫୮ ଜଣ ଫରେଷ୍ଟ ଗାର୍ଡ ଓ ୨ଜଣ ଡେପୁଟି ରେଞ୍ଜର ୩ ଦଫା ଦାବି ହାସଲ ପାଇଁ କଳାବ୍ୟାଜ ପରିଧାନ କରିଛନ୍ତି. ଯଦ୍ୱାରା ସମଗ୍ର ଗଜପତି ଜିଲ୍ଲାରେ ପେଟ୍ରୋଲି ବ୍ୟବସ୍ଥା ସମ୍ପୂର୍ଣ ଭାବେ ଠପ ହୋଇଯାଇଛି. ଘଟଣାରୁ ପ୍ରକାଶ, ଗତ ମେ ୨୪ ତାରିଖରେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନ୍ୟାଞ୍ଚଳ ଅଧିନରେ କାର୍ଯ୍ୟରତ ଫରେଷ୍ଟର ପ୍ରହଲ୍ଲାଦ ପ୍ରଧାନଙ୍କୁ ଗୁଳି କରି ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି I ଘଟଣାର ୨୧ ଦିନ ବିତିଗଲାଣି କିନ୍ତୁ ଦୋଷୀ ଗିରଫ ହେଲା ନାହିଁ.ଏହାର ପ୍ରତିବାଦରେ ରାଜ୍ୟ ବନ କର୍ମଚାରୀ ସଂଘର ନିଷ୍ପତ୍ତି କ୍ରମେ ରବିବାର କଳାବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହାକୁ ସମର୍ଥନ କରି ଗଜପତି ଜିଲ୍ଲା ବନ କର୍ମଚାରୀ ମଧ୍ଯ କଳାବ୍ୟାଜ ପରିଧାନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ | ଆଗାମୀ ୨୨ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ୍ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରାଯିବା ମଧ୍ଯରେ ଦାବି ପୂରଣ ନହେଲେ ଆସନ୍ତା ୨୨ ତାରିଖ ପରେ ସମୂହ ଛୁଟିରେ ରହି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି କର୍ମଚାରୀ I ୩ ଦଫା ଦାବି ପୁରଣକୁ ନେଇ ପାରଳାଖେମୁଣ୍ଡି ବନଖଣ୍ଡ ବିଭାଜନର ସମସ୍ତ ବନରକ୍ଷୀ, ବନପାଳ, ଡେପୁଟି ରେଞ୍ଜର କଳାବ୍ୟାଜ୍ ପରିଧାନ କରି ନିଜ ନିଜ ବନାଞ୍ଚଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ | ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଓଡ଼ିଶା ଅଣଗେଜେଟେଡ୍ ବନସେବା ସଂଘ ଗଜପତି ଜିଲ୍ଲା ଶାଖା ସଭାପତି ଦେବିଶିଷ ଶତପଥୀ ଓ ସମ୍ପାଦକ ଶିବରାମ ସାବତ କହିଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories