Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶାର ହିମାଳୟ ମହେନ୍ଦ୍ରଶିଖରରେ 3 ରାଜ୍ୟର ସାଧୁସନ୍ଥଙ୍କ ସମ୍ମିଳନୀ

ପାରଳାଖେମୁଣ୍ଡି:୧୬/୬(ଗରୁଡ ଧ୍ଵଜ ଚୌଧୁରୀ) ହିମାଳୟ ଭାବେ ପ୍ରଖ୍ୟାତ ଗଜପତି ମହେନ୍ଦ୍ରପର୍ବତ ଶିଖରରେ ଗତ ତିନିଦିନ ଧରି ଆୟୋଜିତ 3 ଗୋଟି ରାଜ୍ୟର ସାଧୁସନ୍ଥ ସମ୍ମିଳନୀର ଉଦଯାପିତ ହୋଇଯାଇଛି। ଏହି ସମ୍ମିଳନୀ ମହେନ୍ଦ୍ରଗିରି ଠାରେ ଥିବା ମହେନ୍ଦ୍ରଆଶ୍ରମରେ ଅନୁଷ୍ଠିତ ହୋଇଥିଲା. ଆନ୍ଧ୍ର, ଓଡ଼ିଶା ଓ ତେଲେଙ୍ଗାନାର ଶତାଧିକ ସାଧୁସନ୍ଥ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ. ମହେନ୍ଦ୍ର ଆଶ୍ରମର ପୂଜ୍ୟସ୍ବାମୀ ଭାସ୍କରତୀର୍ଥ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା. ପରମାନନ୍ଦ ସେବା ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ଭୁବେଶାନନ୍ଦ ସରସ୍ବତୀ କାର୍ଯ୍ୟକ୍ରମ ସଂଯୋଜନା ଓ ପୂଜ୍ୟ ସ୍ଵାମୀ ଅକ୍ଷୟାନନ୍ଦ ଏଥିରେ ଅଧ୍ୟକ୍ଷତା କରିଥିଲେ. କାର୍ଯ୍ୟକ୍ରମରେ ବାବା ଡମ୍ବୁରୁଧର ଦାସ (ତପ୍ତପାଣି), ବାବା ନାଗରାଜ (ଜୟପୁର), ସ୍ବାମୀ ଆଖିଳାନନ୍ଦ ତୀର୍ଥ, ସ୍ଵାମୀ ଯୋଗାନନ୍ଦ ସରସ୍ବତୀ ଓ ସ୍ଵାମୀ ହରିଶରଣାନନ୍ଦ ସରସ୍ଵତୀ (ବ୍ରହ୍ମପୁର), ମହନ୍ତ ରାମାନନ୍ଦ ଦାସ ମହାରାଜ(ପାରଳାଖେମୁଣ୍ଡି), ସ୍ବାମୀ ସନିଷ୍ଠାନନ୍ଦ ସରସ୍ବତୀ(ବଦ୍ରୀନାଥ)ଙ୍କ ସମେତ ବହୁ ସନ୍ଥ ମିଳିତ ହୋଇ ମହେନ୍ଦ୍ରପର୍ବତ ସମ୍ପର୍କରେ ନିଜ ନିଜମନ୍ତବ୍ୟ ପ୍ରଦାନ କରିଥିଲେ। ବିଶେଷ କରି ମହେନ୍ଦ୍ର ପର୍ବତକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେଲେ ବଦ୍ରୀନାଥ ଓ କେଦାରନାଥ ଭଳି ତପ ମନ୍ଦିରର ମାନ୍ୟତା ପାଇବ. ତେଣୁ ରାଜ୍ୟ ସରକାର ଧ୍ୟାନ ଦେବା ଆବଶ୍ୟକ ବୋଲି ସମ୍ମିଳନୀରେ ସାଧୁସନ୍ଥମାନେ ସେମାନଙ୍କ ମତବ୍ୟକ୍ତ କରିଥିଲେ. ମହେନ୍ଦ୍ରଗିରିରେ ଜୀବ ହତ୍ୟା ବନ୍ଦ କରିବା ସହ ଏହି ଅଞ୍ଚଳକୁ ମାଦକଦ୍ରବ୍ୟ ମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଉ ବୋଲି ସମସ୍ତେ ମତ ଦେଇଥିଲେ. ମହେନ୍ଦ୍ରଗିରି ଅଞ୍ଚଳର ଉନ୍ନୟନ କମିଟି ଗଠନ କରାଯାଉ. ଉନ୍ନୟନ ଯୋଜନା କାର୍ଯ୍ୟକାରୀ ସମୟରେ ସାଧୁସନ୍ଥଙ୍କୁ ସାମିଲ କରାଯାଉ ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା. ମହେନ୍ଦ୍ରଗିରିରେ ସନ୍ଥଙ୍କ ନିବାସ ପାଇଁ ସନ୍ଥ ନିବାସ, ଭକ୍ତ ନିବାସ, ସତ୍‌ସଙ୍ଗ କେନ୍ଦ୍ର, ପର୍ଯ୍ୟାବରଣ ସୁରକ୍ଷା ପାଇଁ ଘୃତଯଜ୍ଞ ମଣ୍ଡପ, ଧ୍ୟାନ ମନ୍ଦିର, ଭକ୍ତଙ୍କ ପାଇଁ ଶୌଚାଳୟ ଓ ରୋଷଶାଳା ନିର୍ମାଣ କଲେ ଅଞ୍ଚଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିବ, ତେଣୁ ସରକାର ଏନେଇ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ କରାଯାଇଛି। ଏହି ସମ୍ମିଳନୀର ସମସ୍ତ କାର୍ଯ୍ୟକ୍ରମକୁ ଋଷିପୁତ୍ର, ଋଷୀକନ୍ୟାଗଣ ଆୟୋଜନ କରିବା ସହ ପ୍ରସାଦସେବନ ବ୍ୟବସ୍ଥାର ପରିଚାଳନା କରିଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories