Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଶିଶୁ ଶ୍ରମିକ ଉଚ୍ଛେଦ ନେଇ ସଚେତନତା ସଭା ଅନଷ୍ଠିତ

ପାରଳାଖେମୁଣ୍ଡି:୧୯/୬(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ଉଚ୍ଛେଦ ଓ କିଶୋର ଶ୍ରମିକ ମାନଙ୍କୁ ବିପଦ ସଙ୍କୁଳ କାର୍ଯ୍ୟରେ ନିୟୋଜିତ ନିଷେଧ ସଚେତନତା ସଭା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଶିଶୁ ଶ୍ରମିକ ନିରାକରଣ ନେଇ ବିଭିନ୍ନ ଆଇନ୍ ଓ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ବନ୍ଧରେ ଜନସାଧାରଣଙ୍କୁ ସଚେତନତା କରାଯିବା ସହ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯିବ । ବିଭିନ୍ନ ହୋଟେଲ, ଦୋକାନୀ, କାରଖାନା, ଶିଳ୍ପ, ବୋଲି ଯେ କୌଣସି ଘରଇ ମାଲିକ ଶିଶୁ ଶ୍ରମିକ ମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରନ୍ତି ସେ ନେଇ ଆଜିର ବୈଠକରେ ଆଲୋଚନା କରାଯାଇଥିଲା। ଏହାସହ ବିଭିନ୍ନ ସ୍ଥାନରେ ଜନସାଧାରଣଙ୍କ ନିକଟରେ ସଚେତନତା କରାଯିବ। ଶିଶୁ ଶ୍ରମିକ ଉଚ୍ଛେଦ ନୀତିର ଉଲଙ୍ଘନ କଲେ ଦୋଷୀଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧରେ ମଧ୍ୟ ଅବଗତ କରାଯାଇଛି । ୧୪ ବର୍ଷରୁ କମ୍ ପିଲାଙ୍କୁ କାମରେ ଲଗାଇବା, ୧୫ ରୁ ୧୮ ବର୍ଷ କିଶୋର ମାନଙ୍କୁ ବିପଦ ସଙ୍କୁଳ ବୃତ୍ତି କାର୍ଯ୍ୟରେ ନିଯୁକ୍ତ କରିବା ଘଟଣା ଦୃଷ୍ଟି ଗୋଚର ହେଲେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରି ପାରିବେ କିମ୍ବା ନିଶୁକ୍ଳ ଶ୍ରମିକ ସହାୟତା ହେଲ୍ପ ଲାଇନ୍ ନମ୍ବର ୧୫୫୩୬୮ ଏବଂ ଚାଇଲ୍‌ଡ଼ ଲାଇନ୍ ନମ୍ବର ୧୦୯୮ ସହିତ ଯୋଗାଯୋଗ କରିବା ପାଇଁ କୁହାଯାଇଛି । ବିଭିନ୍ନ ସମୟରେ ପ୍ରଶାସନ ତରଫରୁ ଧରପଗଡ଼ କରାଯାଇ ମଧ୍ୟ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଥଇଥାନ ବ୍ୟବସ୍ଥା ସହ ପାଠପଢ଼ା ଓ ଅନ୍ୟାନ୍ୟ ଦାୟିତ୍ୱ ସରକାରଙ୍କ ତରଫରୁ ବହନ କରାଯାଉଛି । ଏହି ସଚେତନତା ସଭା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ ,ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀମତୀ ଭାରତୀ ବେହେରା ସହ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories