Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ପାଳିତ

ପାରଳାଖେମୁଣ୍ଡି:୨୦/୬( ଗରୁଡ ଧ୍ଵଜ ଚୌଧୁରୀ)ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ, ମାନ୍ୟବର ଜିଲ୍ଲା କଂଗ୍ରେସ କମିଟି ସଭାପତି ଏବଂ ମୋହନା ବିଧାୟକ ମହୋଦୟ ନେତୃତ୍ବରେ, ଆମର ପ୍ରିୟ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧି ଙ୍କର 55ତମ ଜନ୍ମ ଦିନ ପାଳିତ ହୋଇଯାଇଛି, ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଧୁମଧାମ ରେ ଜନ୍ମଦିନ ପାଳନ କରାଯାଇଥିଲା। ପ୍ରଥମେ ପୂର୍ବତନ ବିଧାୟକ ତ୍ରିନାଥ ସାହୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ପରେ, ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିସରରେ ମଧ୍ୟରେ ରେ କେକ କଟାଯାଇଥିଲା, ଏହି କାର୍ଯ୍ୟକ୍ରମ ମୁଖ୍ୟ ଅତିଥିଭାବେ ମାନ୍ୟବର ମୋହନା ବିଧାୟକ ଦାଶରଥି ଗମାଙ୍ଗ ଯୋଗଦେଇଥିଲେ, ବିଧାୟକ ସମେତ ପୁରୁଖା ନେତା ଅଭିମନ୍ୟୁ ପଣ୍ଡା, ଗରୁଡ ଧ୍ଵଜ ଚୌଧୁରୀ,ପୂର୍ବତନ ଉପାଧ୍ୟକ୍ଷ ସଂଜୟ ଅଧିକାରୀ, କଂଗ୍ରେସ ନେତ୍ରୀ ଜସ୍ମିନ ଶେଖ, ଶ୍ରୀମତୀ ରଞ୍ଜିତା ପାଣିଗ୍ରାହୀ, ପାର୍ଥ ପାଳ,କୁନା ମାଝୀ, ଯୁବ ନେତା ସରୋଜ ମିଶ୍ର, ତ୍ରିନାଥ ପାତ୍ର, ବିଷ୍ଣୁ ପାଢ଼ୀ, ମୁନା ମହାରଣା, ବଳିଆ ପଣ୍ଡା, ସଂଗ୍ରାମ ସାହୁ ବାବୁଲି ସାହୁଙ୍କ ସହ ସମସ୍ତ ବରିଷ୍ଠ କଂଗ୍ରେସ ନେତା, କର୍ମୀ, ମହିଳା, ଯୁବ, ଛାତ୍ର ଆଦି ସମସ୍ତେ ଉପସ୍ଥିତ ଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories