Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉତ୍ତମ ଫସଲ ଓ ଶାନ୍ତିପୁର୍ଣ ଜୀବନଯାପନ ପାଇଁ ଗଜପତିର କୁଇ କନ୍ଧଙ୍କ ସଡ୍ରା ପର୍ବ ପାଳିତ

ପାରଳାଖେମୁଣ୍ଡି:୨୦/୬(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ କୁଇ କନ୍ଧ ସମ୍ପ୍ରଦାୟର ଆଦିବାସୀଙ୍କ ନିଆରା ପର୍ବ ସଡ୍ରା ଅନ୍ୟତମ ମୁଖ୍ୟ ପର୍ବ ଅଟେ. କୁଇ କନ୍ଧ ସମ୍ପ୍ରଦାୟର ଆଦିବାସୀଙ୍କ ସମ୍ପୂର୍ଣ ବିଶ୍ୱାସ ରହିଛି ସଡ୍ରା ପର୍ବକୁ ନିଷ୍ଠାର ସହ ପାଳନ କଲେ ଚାଷ ଜମିରୁ ଉତ୍ତମ ଫସଲ ଆଦାୟ ହେବା ସହ ବିଭିନ୍ନ ରୋଗ ସଂକ୍ରମଣରୁ ଲୋକେ ମୁକ୍ତ ରହିବା ସହ ବର୍ଷ ସାରା ଆନନ୍ଦରେ ଜୀବନ ଯାପନ କରିବେ. ଗଜପତି ଜିଲ୍ଲାର ମୋହନା ବ୍ଲକ୍ କର୍ଡବାଡ଼ି ପଞ୍ଚାୟତ ପରମଙ୍ଗା ଓ ଗୋପଟିମା ଗ୍ରାମରେ ଏହି ପାଳିତ ହୋଇଯାଇଛି। ପରମଙ୍ଗା ଗାଁ ଜଙ୍ଗଲ ମଧ୍ୟରେ ତଲମ୍ବା ପିନୁ ଦେବତାଙ୍କୁ ପୂଜନ ପୂର୍ବକ ତିନି ଦିନ ଧରି ହେଉଥିବା ଏହି ପର୍ବର ପ୍ରଥମ ଦିନରେ ଗ୍ରାମର ଆବାଳ ବୃଦ୍ଧ ବନିତା ଭୋରରୁ ଶଯ୍ୟା ତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରନ୍ତି। ଆରାଧ୍ୟ ଦେବତା ଗୁଙ୍ଗିଙ୍କୁ ଦର୍ଶନ କରନ୍ତି। ପୂଜକ ଜାନୀ ଡଡ୍ର ମଳିକ ପୂଜାର୍ଚ୍ଚନା କରି ପ୍ରଥମେ ବାଳଭୋଗ ଭାବେ ଫଳ ଭୋଗ କରନ୍ତି । ତା’ପରେ ନିଜେ ରୋଷେଇ କରିଥିବା ମହୁଲି ମଦକୁ ଗୁଙ୍ଗି ଓ ମାଟି ମା’ଙ୍କୁ ଅର୍ପଣ କରନ୍ତି। ଦ୍ଵିତୀୟ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କରିବା ସହିତ ନାଚ, ଗୀତ ଓ ଚାଙ୍ଗୁ ବାଦ୍ୟର ତାଳେ ତାଳେ ଗ୍ରାମବାସୀ ପରିକ୍ରମା କରନ୍ତି । ୩ ଦିନ ପର୍ଯ୍ୟନ୍ତ ଗ୍ରାମରେ ପିଆଜ, ରସୁଣ ଓ ଆମିଷ ନିଷେଧ ହୁଏ। ଶେଷ ଦିନ ଆଖପାଖ ଗ୍ରାମରୁ ଆସିଥିବା ବନ୍ଧୁବାନ୍ଧବ ଏକାଠି ଭୋଜି କରନ୍ତି ଏବଂ ଆମିଷ ଖାଆନ୍ତି। ଏହାପରେ ଚାଷଜମିରେ ବିହନ ବୁଣା ଯାଏ. ଏହି ସମ୍ପ୍ରଦାୟର ବିଶ୍ୱାସ ରହିଛି ଯେ ସଡ୍ରା ପର୍ବକୁ ଠିକ ଭାବେ ପୂଜାଅର୍ଚ୍ଚନା କରିବା ଦ୍ୱାରା ଭଲ ଫସଲ ଆଦାୟ ହେବା ସାଙ୍ଗକୁ ବିଭିନ୍ନ ରୋଗ ସଂକ୍ରମଣରୁ ଲୋକମାନେ ମୁକ୍ତ ହେବା ସହ ଶାନ୍ତି ଶୃଙ୍ଖଳା ଓ ଆନନ୍ଦରେ ବର୍ଷ ସାରା ଜୀବନଯାପନ କରିପାରିବେ. ତେଣୁ ଏହି ପର୍ବକୁ ପ୍ରତେକ ବର୍ଷ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥାନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ଗଜପତି ଜିଲ୍ଲା ବିଜେଡି ସଭାପତିଙ୍କ ପୁତ୍ର ଅନୁରୂପ ନାୟକଙ୍କ ଅକାଳ ବିୟୋଗରେ ସାରା ପାରଳା ସହରରେ ଶୋକର ଛାୟା l ପାରଳାଖେମୁଣ୍ଡି:୪/୧୦(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ’ଙ୍କ ସାନ ପୁଅ ଅନୁରୂପ ନାୟକ’ଙ୍କ ଅକାଳ ବିୟୋଗ ଖବର ପ୍ରଚାରିତ ହେବା ପରେ ସହରରେ ଗଭୀର ଶୋକର ଛାୟା ଖେଳିଯାଇଛି।ଅନୁରୂପଙ୍କ ବିୟୋଗର ଖବର ଯେପରି ପରିବାର ଓ ଆତ୍ମୀୟ-ସ୍ୱଜନଙ୍କ ପାଇଁ ଏକ ବଡ଼ ଆଘାତ ହୋଇଛି, ସେହିପରି ତାଙ୍କୁ ଜାଣିଥିବା ବନ୍ଧୁ, ଶୁଭେଚ୍ଛୁ ଓ ସହରବାସୀଙ୍କ ମଧ୍ୟରେ ମଧ୍ୟ ଗଭୀର ଦୁଃଖ ପ୍ରକାଶ ପାଇଛି। ହସମୁଖ ଚେହେରା, ସରଳ ବ୍ୟବହାର, ମିଷ୍ଟଭାଷୀ ସ୍ୱଭାବ ଓ ସମସ୍ତଙ୍କ ସହ ମିଶି ଚଳିବାର ଗୁଣ ପାଇଁ ଅନୁରୂପ ସ୍ଥାନୀୟ ଅଞ୍ଚଳରେ ଏକ ଆପଣାର ମଣିଷ ଭାବେ ପରିଚିତ ଥିଲେ।ତାଙ୍କ ଅକାଳ ବିୟୋଗର ଖବର ପାଇବା ପରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ଡିଜେନ ପାଢ଼ୀ, ସାମ୍ବାଦିକ ସରୋଜ ବିରୋ, ସାମ୍ବାଦିକ ସନ୍ତୋଷ ପଟ୍ଟନାୟକ, ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ସମେତ ବହୁ ରାଜନୈତିକ, ସାମାଜିକ ଓ ସାମ୍ବାଦିକ ମହଲର ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଥିଲେ।ଅନୁରୂପଙ୍କ ଶେଷ ଦର୍ଶନ ପାଇଁ ବନ୍ଧୁ, ଆତ୍ମୀୟ, ପରିଚିତ ଓ ଶୁଭେଚ୍ଛୁଙ୍କ ସହ ହଜାର ହଜାର ଲୋକ ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଏକତ୍ରିତ ହୋଇଥିଲେ। ଅନେକଙ୍କ ଆଖିରେ ଲୁହ ଓ ମନରେ ଅବ୍ୟକ୍ତ ବେଦନା ଦେଖିବାକୁ ମିଳିଥିଲା।ପରିଚିତ ମାନେ କହିଛନ୍ତି, ଅନୁରୂପଙ୍କ ବ୍ୟବହାରରେ କେବେ ଅହଂକାର ଦେଖିବାକୁ ମିଳୁନଥିଲା। ସମସ୍ତଙ୍କ ସହ ହସିକଥା ହେବା, ଆବଶ୍ୟକ ସମୟରେ ପାଖରେ ଠିଆ ହେବା ଏବଂ ଛୋଟବଡ଼ ସମସ୍ତଙ୍କୁ ଆପଣାର କରିନେବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟତମ ବିଶେଷତା ଥିଲା। ତେଣୁ ତାଙ୍କ ହଠାତ୍ ବିଦାୟକୁ ଅନେକେ ସହଜରେ ଗ୍ରହଣ କରିପାରୁନାହାନ୍ତି।ବହୁ ବନ୍ଧୁ, ଶୁଭେଚ୍ଛୁ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଶୋକସନ୍ତପ୍ତ ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି। ଏପରି ଜଣେ ମିଷ୍ଟଭାଷୀ ଓ ମେଳାପୀ ଯୁବକଙ୍କ ଅକାଳ ବିୟୋଗ ପରିବାର ସହ ସମଗ୍ର ସହର ପାଇଁ ମଧ୍ୟ ଏକ ଅପୂରଣୀୟ କ୍ଷତି ବୋଲି ଅନେକେ ମତ ପ୍ରକାଶ କରିଛନ୍ତି।ଅନୁରୂପଙ୍କ ଅନ୍ତିମ ଯାତ୍ରାରେ ମଧ୍ୟ ବହୁ ସଂଖ୍ୟକ ବନ୍ଧୁ, ଆତ୍ମୀୟ, ଶୁଭେଚ୍ଛୁ ଓ ସହରବାସୀ ସାମିଲ ହୋଇ ମହେନ୍ଦ୍ର ତନୟା ନଦୀ କୂଳରେ ଥିବା ସ୍ଵର୍ଗଦ୍ଵାର ଶ୍ମଶାନ ଘାଟରେ ତାଙ୍କୁ ଶେଷ ବିଦାୟ ଜଣାଇଥିଲେ। ଏହି ସମୟରେ ସୃଷ୍ଟି ହୋଇଥିବା ଶୋକାକୁଳ ପରିବେଶ ସମସ୍ତଙ୍କୁ ଭାବବିହ୍ୱଳ କରିଦେଇଥିଲା।ଅନୁରୂପ ନାୟକଙ୍କ ବିୟୋଗରେ ପରିବାର ଯେଉଁ ଅପୂରଣୀୟ ଶୂନ୍ୟତାର ସମ୍ମୁଖୀନ ହୋଇଛି, ତାହା କେବେ ପୂରଣ ହେବ ନାହିଁ ବୋଲି ଶୋକାକୁଳ ମହଲରେ ଆଲୋଚନା ହେଉଛି। ଏହି ଦୁଃଖଦ ସମୟରେ ଭଗବାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଅସୀମ ବେଦନା ସହିବାକୁ ଶକ୍ତି ପ୍ରଦାନ କରନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିଛନ୍ତି।ଦିବଙ୍ଗତ ଅନୁରୂପ ନାୟକଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ସହରବାସୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।