Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାହୁଲ ଗାନ୍ଧୀଙ୍କୁ କର୍ଣ୍ଣାଟକ ବିଜୟର ଶୁଭେଚ୍ଛା ଜଣାଇଲେ କୋହଲି ? ଆଚମ୍ବିତ କରିବ ଭାଇରାଲ୍ ସ୍କ୍ରିନସଟ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବମ୍ପର ବିଜୟ ହାସଲ କରିଛି। ପାର୍ଟି ୧୩୬ଟି ସିଟ୍ ଜିତିଥିବା ବେଳେ ବିଜେପି ୬୫ ସିଟରେ ସୀମିତ ରହିଛି। ପ୍ରଚଣ୍ଡ ବହୁମତ ପରେ କଂଗ୍ରେସ ଏବଂ ଏହାର ନେତାଙ୍କ ପ୍ରତି ଅଭିନନ୍ଦନର ସୂଅ ଛୁଟିବାରେ ଲାଗିଛି। ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ ଦାବି କରାଯାଉଛି ଯେ, ଭାରତୀୟ ଦଳର ତାରକା ବ୍ୟାଟର ବିରାଟ କୋହଲି ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସାମାଜିକ ଗଣମାଧ୍ୟମ ସାଇଟ୍ସ ଟୁଇଟର, ଇନଷ୍ଟାଗ୍ରାମ ଆଦିରେ ଏକ ସ୍କ୍ରିନସଟ୍ ଭାଇରାଲ୍ ହେବାରେ ଲାଗିଛି। କୋହଲି ଇନଷ୍ଟାଗ୍ରାମରେ ରାହୁଲଙ୍କ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ଏଥିରେ ରାହୁଲ ଗାନ୍ଧୀଙ୍କ ଫଟୋ ମଧ୍ୟ ଲାଗିଛି। କ୍ୟାପସନରେ ଲେଖା ହେଇଛି, ଦ ମ୍ୟାନ୍, ଦ ମିଥ୍, ଦ ଲିଡର@ରାହୁଲ ଗାନ୍ଧୀ।

ସାମାଜିକ ଗଣମାଧ୍ୟମରେ ବିରାଟ କୋହଲିଙ୍କ ଏହି ସ୍କ୍ରିନ ସଟ୍ ଭାଇରାଲ୍ ହେବା ପରେ ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଲୋକ ତ ବିରାଟ ଏବଂ ଗମ୍ଭୀରଙ୍କ ଯୁକ୍ତିତର୍କର ଭିଡିଓ ସେୟାର କରିଛନ୍ତି। ଲୋକେ ପ୍ରଶ୍ନ କରିଛନ୍ତି ଯେ, କଣ ବାସ୍ତବରେ ବିରାଟ କୋହଲି ରାହୁଲ ଗାନ୍ଧୀଙ୍କ ପ୍ରଶଂସା କରିଛନ୍ତି ? ହେଲେ ଭାଇରାଲ୍ ସ୍କ୍ରିନ ସଟର ସତ୍ୟ ସାମ୍ନାକୁ ଆସିବା ପରେ ଏହା ମିଛ ବୋଲି ଜଣା ପଡିଛି।

କୌଣସି ୟୁଜର ଏଡିଟ୍ କରି ବିରାଟ କୋହଲିଙ୍କ ବିଷୟରେ ଏହି ଫଟୋ ପୋଷ୍ଟ କରିଥିଲେ। ବାସ୍ତବରେ କୋହଲି ନିଜର ଇନଷ୍ଟାଗ୍ରାମରେ ଏମିତି କୌଣସି ପୋଷ୍ଟ ସେୟାର କରିନଥିଲେ। ବିରାଟଙ୍କ ଇନଷ୍ଟାରେ ମଧ୍ୟ ଏହି ଫଟୋ ଦେଖିବାକୁ ମିଳିନାହିଁ। ଏପରିକି କୋହଲି ଏହା ପୂର୍ବରୁ ମଧ୍ୟ ସେମିତି କୌଣସି ପୋଷ୍ଟ କରି ନାହାନ୍ତି। ଏହା ସ୍ପଷ୍ଟ ହୋଇଥିଲା ଯେ, ବିରାଟ କୋହଲିଙ୍କୁ ନେଇ ଯେଉଁ ଗୁଜବ ସୃଷ୍ଟି ହୋଇଛି ତାହା ସଂପୂର୍ଣ୍ଣ ମିଥ୍ୟା ଅଟେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ