Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାର ମୋହନା ଥାନା ଅଂଚଳରୁ ଗଞ୍ଜେଇ ଅଭିଯୁକ୍ତକୁ ଧରିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ ଟିମ୍

ପାରଳାଖେମୁଣ୍ଡି:୧/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ଥାନା ଲବରସିଂ ଗାଁର ଜଣେ ଗଞ୍ଜେଇ ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଟିମ I ଗିରଫ ଅଭିଯୁକ୍ତ ହେଲେ ଲବରସିଂ ଗାଁର ଭାରିମାଲ ନାୟକ (୩୮) ଦିଲ୍ଲୀରୁ ଆସିଥିବା କ୍ରାଇମ ବ୍ରାଞ୍ଚ ଟିମ ଭାରିମାଲ କୁ ଗିରଫ କରିବା ପରେ ମୋହନା କୋର୍ଟ ରେ ହାଜର କରିଛନ୍ତି । ଏହାପରେ ଦିଲ୍ଲୀ ନେଇଯାଇଛନ୍ତି । ଦିଲ୍ଲୀ ଚାଣକ୍ୟପୁରି କ୍ରାଇମ ବ୍ରାଞ୍ଚର ସବ ଇନ୍ସପେକ୍ଟର ରାଜେନ୍ଦ୍ର ଢାକାଙ୍କ ସୂଚନା ପ୍ରକାରେ ଗତ ୨୩ ତାରିଖ ଦିନ ଦିଲ୍ଲୀ ପୁଲିସ ଏକ ଟ୍ରକ ସହ ୨୮୮ କିଲୋ ଗଞ୍ଜେଇ ଜବତ କରିଥିଲା ଏହି ଗଞ୍ଜେଇ ଚଲାଣରେ ସମ୍ପୃକ୍ତ ହରିଆଣାର ୨ ଜଣ ଅଭିଯୁକ୍ତଙ୍କୁ ପୂର୍ବରୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ । ତେବେ ୧୫୫/୨୫ ରେ ମାମଲା ରୁଜୁ କରିବା ସହ ଏହି ଗଞ୍ଜେଇ କାରବାରର ଚେର କେତେଦୂର ଲମ୍ବିଛି ତାହାର ତଦନ୍ତ ଭାର କ୍ରାଇମ ବ୍ରାଞ୍ଚକୁ ଦେଇଥୁଲା ଦିଲ୍ଲୀ ପୁଲିସ ଗିରଫ ଅଭିଯୁକ୍ତ ମାନଙ୍କୁ କ୍ରାଇମ ବ୍ରାଞ୍ଚର ଜେରା ପରେ ଉକ୍ତ ଗଞ୍ଜେଇ ମୋହନା ଥାନା ଲବରସିଂ ଗାଁର ଭାରିମାଲଙ୍କ ଠାରୁ ନେଇଥିବା ନେଇ ଗିରଫ ଅଭିଯୁକ୍ତ ମାନେ କ୍ରାଇମ ବ୍ରାଞ୍ଚକୁ ସୂଚନା ଦେଇଥିଲେ । ସେମାନଙ୍କ ସୂଚନାକୁ ଆଧାର କରି ସୋମ‌ବାର ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ସବ-ଇନ୍ସପେକ୍ଟର ରାଜେନ୍ଦ୍ର ଢାକାଙ୍କ ନେତୃତ୍ୱରେ ୫ ଜଣିଆ ଟିମ ମୋହ‌ନା ଥାନା ପୁଲିସ ସହାୟତାରେ ଲବର ସିଂ ଗାଁରେ ଚଢ଼ାଉ କରି ଭାରିମାଲକୁ ଗିରଫ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories