ସିଦ୍ଧରମୈୟା ନା ଶିବକୁମାର; କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ?


ଭୁବନେଶ୍ବର: କର୍ଣ୍ଣାଟକରେ କଂଗ୍ରେସର ବଡ଼ ସଫଳତା ପରେ ଏବେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ଇେ ଚର୍ଚ୍ଚା ଜୋର୍‌ ଧରିଛି। ସିଦ୍ଧରମୈୟା ଓ ଶିବକୁମାରଙ୍କ ମଧ୍ୟରୁ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଚାରିଆଡେ ଚର୍ଚ୍ଚା।

ତେବେ ଏହାର ଚୂଡାନ୍ତ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ । ତେବେ ଗତକାଲି ଏ ନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି । ଦୁଇ ଦିନ ଭିତରେ ମଲ୍ଲିକାର୍ଜୁନ ଖଡଗେ ଏ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି ।

ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଆସନ୍ତାକାଲି ଦିଲ୍ଲୀ ଯାଇ ‌କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭେଟି ମତାମତ ଲୋଡିପାରନ୍ତି ଉଭୟ ସିଦ୍ଧରମୈୟା ଓ ଡି.କେ ଶିବକୁମାର।