Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହରର ସୁନାମଧନ୍ୟ ପଣ୍ଡିତ ରଘୁନାଥ ପାତ୍ର ପୁରୀ ଠାରେ ଆୟୋଜିତ ଭୋଜନ ସମାରୋହ ରେପାଇଲେ ଉତ୍କଳ ରତ୍ନ ସମ୍ମାନ – ୨୦୨୫

ପାରଳାଖେମୁଣ୍ଡି:୭/୭(ଗରୁଡ ଧ୍ଵଜ ଚୌଧୁରୀ)ଓଡିଶାର ବିଭିନ୍ନ ଜାଗାରେ ବହୁ ସମୟରେ ସମ୍ବର୍ଦ୍ଧିତ ହୋଇଥିବା ଗଜପତି ଜିଲ୍ଲାର ସୁନାମଧନ୍ୟ ପଣ୍ଡିତ ରଘୁନାଥ ପାତ୍ର ୨୦୨୫ ବର୍ଷ ପାଇଁ ଉତ୍କଳ ରତ୍ନ ସମ୍ମାନ ପାଇଥିବା ସୂଚନା ମିଳିଛି. ଗତକାଲି ଶ୍ରୀକ୍ଷେତ୍ର ପୁରୀ ଠାରେ ସୁନାବେଶ ଅବସରରେ ଜଗନ୍ନାଥ ମନ୍ଦିର ପ୍ରଶାସନ ଓ ପୁରୀ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୩୦ ତମ ଭଜନ ସମାରୋହରେ ପଣ୍ଡିତ ତଥା ସଙ୍ଗୀତ ଗୁରୁ ପାରଳାଖେମୁଣ୍ଡିର ରଘୁନାଥ ପାତ୍ରଙ୍କୁ ଉତ୍କଳ ରତ୍ନ -୨୦୨୫ ସମ୍ମାନରେ ସମ୍ମାନିତ କରାଯାଇଛି. ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଡ଼. ବଦ୍ରୀନାଥ ମିଶ୍ର, ସମ୍ପାଦକ ମନୋଜ ଦାଶ ପ୍ରମୁଖଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ. ପଣ୍ଡିତ ଶ୍ରୀ ପାତ୍ର ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହେବା ପରେ ସମଗ୍ର ଗଜପତି ଜିଲ୍ଲା ଓ ବିଶେଷକରି ଦକ୍ଷିଣ ଓଡିଶାରୁ ବହୁ ବ୍ୟକ୍ତିବିଶେଷଙ୍କ ଠାରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ