Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାଶୀନଗର ପୋଲିସ ଦ୍ୱାରା ୬ ଜୁଆଡି ଗିରଫ, ଲକ୍ଷାଧିକ ଟଙ୍କା ଜବତ

ପାରଳାଖେମୁଣ୍ଡି:୭/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର କାଶୀନଗର ପୋଲିସ ଏକ ଜୁଆ ଆଡ୍ଡାକୁ ଚଢ଼ାଉ କରି 6 ଜୁଆଡ଼ିଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କା ଜବତ କରିଥିବା ସୂଚନା ମିଳିଛି. ଏହି ନିର୍ଦ୍ଦିଷ୍ଟ ସୂଚନା ଆଧାରରେ, ଗତକାଲି ରବିବାର ସନ୍ଧ୍ୟାରେ ଗଜପତି ଜିଲ୍ଲାର କାଶୀନଗର ଥାନା ଅନ୍ତର୍ଗତ କୋଣ୍ଡୁରୁ ଗ୍ରାମ ନିକଟରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା. ଚଢ଼ାଉ ବେଳେ ଛଅ ଜଣ ଯୁଆଡ଼ିଙ୍କୁ ଗିରଫ , ନଗଦ ୧ ଲକ୍ଷ ୫ ହଜାର ଟଙ୍କା, ୦୫ଟି ବାଇକ୍, ୦୫ ମୋବାଇଲ୍ ଫୋନ୍ ସହ ଆଠ ପ୍ୟାକେଟ ପ୍ଲେଇଙ୍ଗ୍ ତାସ୍ ଜବତ କରାଯାଇଥିଲା। ସ୍ଥାନୀୟ ଥାନା ଅଧିକାରୀ ସୁନୀଲ କୁମାର ବେହେରା କେସ ନଂ 85 ରେ ଏକ ମାମଲା ରୁଜୁ କରି ଅଧିକା ତଦନ୍ତ କରୁଥିବା ସୂଚନା ଦେଇଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ