Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ

ପାରଳାଖେମୁଣ୍ଡି:୧୦/୭(ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ମୂର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଶ୍ରୀଯୁକ୍ତ ନିରୋଦ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନି ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଶ୍ରୀ ସୁଶାନ୍ତ ରଞ୍ଜନ ଦାସ ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼.ବିଦ୍ୟୁତ୍ ଶେଖର ମିଶ୍ର, ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଗଜପତି ଶ୍ରୀଯୁକ୍ତ ସୁରେଶ ପଟ୍ଟନାୟକ , ସେଞ୍ଚୁରୀୟନ୍ ବିଶ୍ଵ ବିଦ୍ୟାଳୟର ସହକାରୀ ଅଧ୍ୟାପକ ଶ୍ରୀ ଅରବିନ୍ଦ ଉପାଧ୍ୟାୟ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମାଝୀ ମତ୍ସ୍ୟ ଚାଷୀଙ୍କୁ ଅଳ୍ପ ଅର୍ଥ ବିନିଯୋଗ କରି ଅଧିକ ଲାଭ କରିବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ ମାଛ ଚାଷ ଉତ୍ପାଦନ ହୋଇପାରିବ । ମତ୍ସ୍ୟ ଚାଷ କରିବା ଦ୍ଵାରା ଚାଷୀ ଭାଇ ଭଉଣୀ ମାନେ ଅଧିକ ଲାଭବାନ ପାଇପାରିବେ । ଏଥିସହିତ ମତ୍ସ୍ୟ ଚାଷୀ ନୂତନ ଜ୍ଞାନ କୌଶଳ ପଦ୍ଧତି ଆପଣାଇବା ସହ ତଳିଆ ଜମିରେ ମାଛ ଚାଷ କରି ମତ୍ସ୍ୟ ପୋଖରୀ ନିର୍ମାଣ ଏବଂ ମହିଳା ସଶକ୍ତିକରଣ ଓ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେହିପରି ଜିଲ୍ଲାର ତିନି ଜଣ ସଫଳ ମତ୍ସ୍ୟ ଚାଷୀ ଯଥା କାଶୀନଗର ବ୍ଲକର ଦୁର୍ଗା ସ୍ଵୟଂ ସହାୟକ ଗୋଷ୍ଠୀ, ଗୋସାଣୀ ବ୍ଲକର ଶ୍ରୀମତୀ ଗେଡେଲା କଳ୍ପନା ଓ ଗୁମ୍ମା ବ୍ଲକର ଏଲିଓ ରଇତଙ୍କୁ ସଫଳ ମତ୍ସ୍ୟ ଚାଷୀ ଭାବେ ଅତିରିକ୍ତ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ ।ଆଜିର ଏହି କାର୍ଯ୍ୟକ୍ରମକୁ ସହକାରୀ ମତ୍ସ୍ୟ ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ପତି ପରିଚାଳନା କରିଥିବା ବେଳେ ବିଭାଗୀୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ