Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗୁରୁପୂର୍ଣ୍ଣିମା ପାଳିତ

କଳାହାଣ୍ଡି,୧୦/୦୭-କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ତାରିଣୀ ମନ୍ଦିର ରୋଡ଼ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗୁରୁପୂର୍ଣ୍ଣିମା ତଥା ମହର୍ଷି ବ୍ୟାସଦେବଙ୍କ ଜନ୍ମଉତ୍ସବ ପାଳିତ ହୋଇଯାଇଛି। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୁରୁଙ୍କ ପୂଜା ବହୁ ପ୍ରାଚୀନ ଓ ପୁରାତନ, ଗୁରୁ ଶିଷ୍ୟ ସମ୍ପର୍କ ଖୁବ ନିବିଡ଼। ଶାସ୍ତ୍ରରେ ଅଛି ଗୁରୁଙ୍କୁ ନମଣିବ ନର ଗୁରୁ ସେ ସାକ୍ଷାତେ ଈଶ୍ୱର ବୋଲି ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ଶିବରାମ ନାୟକ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ। ମହାଭାରତରୁ ଆମେ ଜାଣିପାରିବା ବୀର ଅର୍ଜୁନଙ୍କ ଧନୁଵିଦ୍ୟାର ସଫଳତା ପଛରେ ଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ ଓ କ୍ରିକେଟ ଜଗତର ତାରକା ସଚିନ ତେନ୍ଦୁଲକର ଙ୍କ ସଫଳତା ପଛରେ ଗୁରୁ ରମାକାନ୍ତ ଅଚେରକର ଏଣୁ ମଣିଷ ଜୀବନର ସଫଳତା ରେ ଗୁରୁଙ୍କ ଭୂମିକା ଅସ୍ବୀକାର କରାଯାଇପାରେନା ବୋଲି ଛାତ୍ରଛାତ୍ରୀ ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ। ଶତାଧିକ ସ୍କୁଲର ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିବାବେଳେ ଶିକ୍ଷୟିତ୍ରୀ ଚଦ୍ରପ୍ରଭା ମିଶ୍ର, ଘନଶ୍ୟାମ ସାହୁ, ପବିତ୍ର ମହାନନ୍ଦ, ପ୍ରିୟଙ୍କା ମହାରଣା, ଦୁଲେଶ୍ୱର ଶବର ସହଯୋଗ କରିଥିଲେ ଓ ଶିକ୍ଷକ ଧନମନ୍ତ ବେମାଲ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ