Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ମହାଦୁର୍ନୀତି…. ବିନା ଟଙ୍କାରେ ମିଳୁନି ଜନ୍ମ ମୃତ୍ୟୁ ପ୍ରମାଣପତ୍ର

ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ) : ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗରେ ଚ଼ାଲିଛି ମୋଟା ଅଙ୍କର ଲାଞ୍ଚ କାରବାର I ଗରୀବ ନିରୀହ ବ୍ୟକ୍ତିଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ବିନା ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରାଯାଉନାହିଁ. ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଟିଛି ଦୁର୍ନିତୀର ଗନ୍ତାଘର । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗରେ କାର୍ଯ୍ୟ କରୁଥିବା ଢେପାଗୁଡା ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ୱାସ୍ଥ୍ୟ କର୍ମୀ ବିଜୟ କୁମାର ସାହୁ ଏବଂ ଗୋବିନ୍ଦପୁର ଉପ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ବିଶ୍ଵନାଥ ବେହେରା ଦୁହେଁ ମିଳିତ ଭାବେ ପଞ୍ଜିକରଣ ବିଭାଗରେ ବସି ଗରିବ ଲୋକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ପ୍ରତିଦିନ ଆଦାୟ କରୁଛନ୍ତି l ଟଙ୍କା ନ ଦେଲେ ସେମାନଙ୍କ କାଗଜ ପତ୍ର ଫିଙ୍ଗି ଦେଉଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ. ଶୁକ୍ରବାର ଦିନ ଜଣେ କାର୍ଯ୍ୟରତ ସାମ୍ବାଦିକ ମୋଜେସ ରଇତ ତାଙ୍କ ବାପାଙ୍କ ମୃତ୍ୟୁ ପ୍ରମାଣ ପତ୍ର ନେବାପାଇଁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ଜନ୍ମ ମୃତ୍ୟୁ ପଞ୍ଜିକରଣ କାର୍ଯ୍ୟାଳୟକୁ ଯାଇଥିଲେ l ତେବେ ଦାୟିତ୍ୱରେ ଥିବା ଅଧିକାରୀ ତାଙ୍କୁ ତିନି ଶହ ଟଙ୍କା ଲାଞ୍ଚ ମାଗିଥିଲେ l ଲାଞ୍ଚ ନ ଦେବାରୁ କାର୍ଯ୍ୟରତ ଖବରଦାତା ପିତାଙ୍କ ଆବେଦନ ପତ୍ର ଫିଙ୍ଗି ଦେଇ ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ ବୋଲି ଖବରଦାତା ମୋଜେସ ଅଭିଯୋଗ କରିଛନ୍ତି l ତେବେ ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚ଼ିକିତ୍ସା ଅଧିକାରୀ ଡ଼.ଜୟ ପଣ୍ଡାଙ୍କୁ ଅବଗତ କରାଇଥିଲେ ଶ୍ରୀ ରଇତ l କିନ୍ତୁ ସେ ଏହି ଘଟଣା ଉପରେ ପଦକ୍ଷେପ ନେବା ପରିବର୍ତ୍ତେ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି କହିଥିଲେ l ତେଣୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ଜାଣତରେ ଲାଞ୍ଚ କାରବାର ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପଞ୍ଜିକରଣ ବିଭାଗରେ ଜଣେ ଅଧିକାରୀ ନିଯୁକ୍ତି ଦେବା ପରିବର୍ତ୍ତେ ବିଭିନ୍ନ ସେକ୍ଟରର ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଦାୟିତ୍ୱ ଦେଇ ଲାଞ୍ଚ କାରବାରକୁ ପରୋକ୍ଷରେ ପ୍ରୋତ୍ସାହନ ଦେଉଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ l ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ମୁବାରକ ଅଲ୍ଲୀଙ୍କୁ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ପଚାରିବାରେ ସେ କହିଛନ୍ତି ଏଭଳି ଅଭିଯୋଗ ଶୁଣିବାକୁ ମିଳିଛି. ମୋ ନିକଟରେ କୌଣସି ଲିଖିତ ଅଭିଯୋଗ ନାହିଁ. ତଥାପି ତଦନ୍ତ ପରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ