Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭକ୍ତମାନଙ୍କ ସହାୟତାର ହାତ ବଢ଼ି ଚାଲିଛି

ପାରଳାଖେମୁଣ୍ଡି:୧୩/୭(ଗରୁଡ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ଏହି ମନ୍ଦିରର ନିର୍ମାଣ କାର୍ଯ୍ୟରେ ବହୁ ଭକ୍ତ ନିଜ ନିଜକୁ ସାମିଲ କରି ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ପାରଳା ଶ୍ରୀଜଗନ୍ନାଥ ମନ୍ଦିରର ନିର୍ମାଣରେ ବର୍ତ୍ତମାନ ସହାଭାଗିତା ହୋଇଥିବା ପାରଳା ସହରର କବିର ପ୍ରସାଦ ସାହୁଙ୍କ ପତ୍ନୀ ଶ୍ରୀମତୀ ସୁନନ୍ଦା ପାଢ଼ୀ 2 ଲକ୍ଷ ଟଙ୍କା, ବିଜୟ କୁମାର ରାଜୁ ଓ ତାଙ୍କ ପତ୍ନୀ ମନୋଜିନୀ ପାତ୍ର 10,100 ଟଙ୍କା, ଶ୍ରୀନିବାସ ରାଓ 15,111 ଟଙ୍କା, ରାଧାଗୋବିନ୍ଦ ପଟ୍ଟନାୟକ 30000 ଟଙ୍କା, ଯୋଗୀ ମହାନ୍ତି ଓ ରଞ୍ଜିତା କୁମାରୀ 10,000 ଟଙ୍କା, ଅମିତା ପାତ୍ର 10,000 ଟଙ୍କା ପ୍ରଦାନ କରିଛନ୍ତି. ମନ୍ଦିର ନିର୍ମାଣ କମିଟି ତରଫରୁ ଜଗନ୍ନାଥଙ୍କ ଭକ୍ତ ଦୁର୍ଗାମାଧବ ପାଣିଗ୍ରାହୀଙ୍କ ସମେତ ନିର୍ମାଣ କମିଟିର ସମସ୍ତ ସଦସ୍ୟ ମନ୍ଦିର ନିର୍ମାଣରେ ସହାଭାଗିତା ହୋଇଥିବା ଉପରୋକ୍ତ ସମସ୍ତ ଭକ୍ତଙ୍କୁ ସାଧୁବାଦ ଜଣାଇଛନ୍ତି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ