Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମୀ ଯୁଗଳଙ୍କୁ ଲଙ୍ଗଳ ପକାଇବା ଘଟଣା ୫ ଜଣ ଙ୍କୁ ଥାନାରେ ଅଟକ

ଲକ୍ଷ୍ମୀପୁର ୧୩/୦୭…ନାରାୟଣ ପାଟଣା ବ୍ଲକ ବର୍ଗୀ ପଞ୍ଚାୟତ ଅନ୍ତର୍ଗତ ପେଦାଇଟିକି ଗାଁ ରେ ରବିବାର ସକାଳେ ହୋଇଥିବା ଘଟଣାର ଭିଡିଓ ଭାଇରଲ ହେବା ପରେ ନାରାୟଣ ପାଟଣା ଆଇଆଇସି ପ୍ରମୋଦ କୁମାର ନାୟକ ଙ୍କ ସମେତ ପୋଲିସ ଟିମ ଗାଁରେ ପହଞ୍ଚି ତଦନ୍ତ କରିଛନ୍ତି । ଘଟଣା ରେ ସମ୍ପୃକ୍ତ ୫ ଜଣ ଙ୍କ ସମେତ ପ୍ରେମୀ ଯୁଗଳ ଙ୍କୁ ଥାନା ରେ ଆଣି ଅଟକ ରଖା ଯାଇଛି। ପ୍ରେମୀ ଯୁଗଳଙ୍କୁ ଲଙ୍ଗଳ ପକାଇ ଗାଁ ଦlଣ୍ଡରେ ବୁଲାଇଥିବା ଘଟଣା କୁ ସ୍ୱୀକାର କରିଛନ୍ତି ଗ୍ରାମବାସୀ।  ସେମାନେ କହିଛନ୍ତି ଯେଉଁ ଦୂଇ ଯୁବକ ଯୁବତୀ ଗତ କିଛି ଦିନ ହେଲା ପ୍ରେମ ସମ୍ପର୍କରେ ରହିଥିଲେ ତାହା ପରବର୍ତୀ ସମୟରେ ଜଣା ପଡିଥିଲା କିନ୍ତୁ ସମ୍ପର୍କରେ ସେମାନେ ଭାଇ ଭଉଣୀ କାରଣ ଆଦିବାସୀ ସମାଜ କୂଳରେ ସେମାନଙ୍କ ଗୋଟିଏ ସାଙ୍ଗିଆ ରହିଛି। ଯୁବତୀ ଙ୍କ ନାମ ଆସନ୍ତି ପୀଡିକା ହୋଇଥିବା ବେଳେ ଯୁବକ ଙ୍କ ନାମ ନରୀ ପୀଡିକା ବୋଲି ଜଣା ପଡିଛି। ପୀଡ଼ିକା ସାଙ୍ଗିଆ ଉଭୟ ଙ୍କ ସମାନ କାରଣରୁ ଏମାନଙ୍କୁ ଭାଇ ଭଉଣୀ ଭାବେ ବିବେଚନା କରାଯାଉଛି, ଏମାନଙ୍କୁ କୌଣସି ପ୍ରକାରେ ଦଣ୍ଡ ଦିଆ ଯାଇନଥିବା ଗ୍ରାମ ବସି କହୁଥିବା ବେଳେ ଆଦିବାସୀ କୂଳ ପରମ୍ପରା ଓ ପ୍ରଥା ଅନୁଯାୟୀ ଯଦି ଭାଇ ଭଉଣୀଙ୍କ ର ବାହା ହୋଇଯାଏ ପ୍ରେମ ସମ୍ପର୍କ ପରେ ତାହେଲେ ସେମାନଙ୍କ ଦେବତା ସେମାନ ଙ୍କୁ କେବେ ବି କ୍ଷମା debe ନାହିଁ, ଉଭୟ ଗାଁ ରେ ବିଷମ ପରିସ୍ଥିତି ହେବା ସହ ବର୍ଷା ହେବ ନାହିଁ କି ଫସଲ ଭଲ ହେବ ନାହିଁ ବୋଲି ବିଶ୍ୱାସ ରହିଛି, ତେଣୁ ପରମ୍ପରା ଅନୁଯାୟୀ ଏମାନଙ୍କୁ ପଶୁ ଭଳି ବିବେଚନା କରାଯାଇ ପଶୁ ଙ୍କ କାମ କରାଯାଇଥିବା କହିଛନ୍ତି ଗ୍ରାମବାସୀ।ଆସନ୍ତି ପୀଡିକା ଓ ନରୀ ପୀଡିକା ସାବାଳିକା ଓ ସାବାଳକ ହୋଇଥିବା ବେଳେ ଗତ ଦୁଇ ବର୍ଷ ହେଲା ପ୍ରେମ ସମ୍ପର୍କ ରେ ରହିଥିଲେ, ଗତ ରଥଯାତ୍ରା ଦିନ ଉଭୟ କଥା ବାର୍ତା ହୋଇ ଫେରାର ହୋଇଯାଇଥିଲେ, ଉଭୟ ଆନ୍ଧ୍ର ପ୍ରଦେଶ ର ଗୁଣ୍ଠୁର ରେ ଯାଇ ରହୁଥିଲେ, ଏକଥା ଉଭୟ ଗାଁ  ଲୋକ ଜାଣିବା ପରେ କୁଳ ସମାଜ ବସିଥିଲା, ପରେ ଉଭୟ ଗାଁ ର ଲୋକେ ସେମାନଙ୍କୁ ଡକାଇବା ସକାଶେ ନିଷ୍ପତି ନେଇଥିଲେ।ଖବର ପାଇ ଗତକାଲି ଗାଁ ରେ ପହଂଚିବା ପରେ ବନ୍ଧୁଗାଁ ଅଞ୍ଚଳ ର ଜଣେ ଆଦିବାସୀ ଦିଶାରୀ ଙ୍କୁ ଡକାଯାଇ ଆଦିବାସୀ ପରମ୍ପରା ଅନୁଯାୟୀ ଉଭୟ ଙ୍କ ବେକରେ ଲଙ୍ଗଳ ଜୁଆଡ଼ି ପକାଇ ଗାଁ ଦାଣ୍ଡରେ ବୁଲାଇଥିଲେ। ଏହା ଆଦିବାସୀ ଙ୍କ ସମାଜ ସକାଶେ  ପରମ୍ପରା ହୋଇପାରେ କିନ୍ତୁ ସଭ୍ୟସମାଜ ଏହାକୁ ଗ୍ରହଣ କେବେବି ଗ୍ରହଣ କରିପାରୁ ନାହିଁ, କାରଣ ସାଙ୍ଗିଆ ସମାନ ହୋଇଗଲେ କେବେବି ଭାଇ ଭଉଣୀ ହୁଅନ୍ତି ନାହିଁ ବୋଲି ଅନେକ କହୁଥିବା ବେଳେ ପ୍ରେମ ଆଗରେ ସମସ୍ତେ ଅନ୍ଧ ବୋଲି ମତ ଦେଇଛନ୍ତି, ବର୍ତ୍ତମାନ ଅଟକ ମାନଙ୍କୁ ପୋଲିସ ର କାର୍ଯ୍ୟାନୁଷ୍ଠାନ କଣ ରହୁଛି ତାହା କୁ ଅପେକ୍ଷା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ