Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

କଳାହାଣ୍ଡି,୧୪/୦୭- କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା ତାରିଣୀ ମନ୍ଦିର ରୋଡସ୍ଥିତ ବିବେକ କନଫରେନ୍ସ ହଲଠାରେ ୩ୟ କଳାହାଣ୍ଡି ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁଲାଇ ୨୭ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାସ୍ତରୀୟ ଚେସ ପ୍ରତିଯୋଗିତାରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ ଏବଂ ଏହି ପ୍ରତିଯୋଗିତା ର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ। ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ଇଛୁକ ଛାତ୍ରଛାତ୍ରୀ ଜୁଲାଇ ୨୫ ସୁଦ୍ଧା ନିଜର ନାମ ପଞ୍ଜିକରଣ କରିପାରିବେ ଓ ଅଧିକ ସୂଚନା ପାଇଁ ୯୪୩୭୪୧୧୬୯୩ ଓ ନାମ ପଞ୍ଜିକରଣ ପାଇଁ ଫୋନ ନମ୍ବର ୯୪୩୭୩୬୩୦୧୧, ୯୪୩୭୨୨୪୪୨୦ ରେ ଯୋଗାଯୋଗ କରିପାରିବେ ବୋଲି ଏକାଡେମୀ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ଶିବରାମ ନାୟକ ସୂଚନା ଦେଇଛନ୍ତି। ଏହି ଅବସରରେ ପ୍ରତିଯୋଗିତାର ବ୍ରାଉଚର ସିନିଅର ନେସନାଲ ଅରବିଟର ରବୀନ୍ଦ୍ର ସାହୁଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ଏକାଡେମୀ ଅଧ୍ୟକ୍ଷ ଡ଼. ଶିବରାମ ନାୟକ ସଭା ପରିଚାଳନା କରିଥିବା ବେଳେ ଘନଶ୍ୟାମ ସାହୁ, ପବିତ୍ର ମହାନନ୍ଦ, ଧନବନ୍ତ ବେମାଲ, ପ୍ରିୟଙ୍କା ମହାରଣା, ତପଶ୍ୱନୀ ଦୁର୍ଗା, ସରିତା ବାଘେଲ, ଦେଵତ୍ତମ ସ୍ୱାଇଁ, ବୃଷବ ଦାସ, ଦୁଲେଶ୍ୱର ଶବର ସମେତ ଏକାଡେମୀର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ