Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲାରେ ଆଧାର ଓ ଭୋଟର। କାର୍ଡରେ ସରକାରୀ ତ୍ରୁଟି ଯୋଗୁଁ ଖାଦ୍ୟ ସୁରକ୍ଷା ଯୋଜନା, ଭତ୍ତାରୁ ବଞ୍ଚିତ ବହୁ ଯୋଗ୍ୟ ହିତାଧିକାରୀ

ପାରଳାଖେମୁଣ୍ଡି:୧୬/୭(ଗରୁଡ ଧ୍ଵଜ ଚୌଧୂରୀ) ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍‌ର ନୂଆଗାଁ ଗ୍ରାମରେ ବହୁ ବ୍ୟକ୍ତି ସରକାରୀ ତ୍ରୁଟି ଯୋଗୁଁ ଭତ୍ତା ପାଉନଥିବା ଅଭିଯୋଗ ହୋଇଛି. ଆର. ଉଦୟଗିରି ବ୍ଲକର ପୁରୁଣାପାଣି ପଞ୍ଚାୟତରେ ଏହି ବ୍ୟକ୍ତି ମାନେ ଥିବା ଯୋଗ୍ୟ ହିତାଧିକାରୀ ହୋଇଥିଲେ ହେଁ ସରକାରୀ ଭାବେ ଭୋଟକାର୍ଡର ତ୍ରୁଟି ଯୋଗୁଁ ଖାଦ୍ୟସୁରକ୍ଷା ଯୋଜନାରେ ହେଉ କିମ୍ବା ମାସିକ ବିଭିନ୍ନ ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି. ଏହି ବ୍ଲକ୍‌ର ଅତ୍ୟନ୍ତ ଦୁର୍ଗମ ତଥା ଅପହଞ୍ଚ ପୁରୁଣାପାଣି ପଞ୍ଚାୟତର ନୂଆଗାଁ ମୋହନା ବ୍ଲକର ଅବହେଳିତ ଓ ଦୁର୍ଗମ ଗ୍ରାମ ଅଟେ. ଏହି ଗ୍ରାମରେ ବସବାସ କରନ୍ତି ପ୍ରାୟ ୨୫ରୁ ୩୦ ପରିବାର‌. ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବୟସ ୬୦ ବର୍ଷରୁ ଉର୍ଦ୍ଧ ଅଟେ. ହେଲେ ବିଡ଼ମ୍ବନା ଏହିକିଯେ ଭୋଟର କାର୍ଡରେ ତ୍ରୁଟି ଯୋଗୁଁ ସରକାରୀ ନଥି ମୁତାବକ ଏମାନଙ୍କ ବୟସ ୩୦ରୁ ୩୫ ବର୍ଷ ଉଲ୍ଲେଖ ରହିଛି. ଏଣୁ, ସରକାରୀ ଭତ୍ତା ପାଇବା ପାଇଁ ଯୋଗ୍ୟ ହେଲେ ମଧ୍ୟ ଏମାନେ ପାଉନାହାନ୍ତି. କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ବୟସ ୮୦ ବର୍ଷ ପାର ହୋଇ ଯାଇଥିଲେ ମଧ୍ୟ ଭୋଟରକାର୍ଡ ଓ ଆଧାର କାର୍ଡର ତ୍ରୁଟି ଯୋଗୁଁ ୩,୫୦୦ ମାସିକ ଭତ୍ତା ପାଇବା ବଦଳରେ କମ ବର୍ଷ ଲେଖା ଥିବା ଯୋଗୁଁ ପାଉଛନ୍ତି କେବଳ ହଜାରେ ଟଙ୍କା. ଏମାନଙ୍କ ପାଇଁ ବାଧକ ସାଜିଛି ତ୍ରୁଟିପୂର୍ଣ୍ଣ ଭୋଟର କାର୍ଡ଼ ଏବଂ ଆଧାରକାର୍ଡ଼. ଏଭଳି ଶହ ଶହ ଯୋଗ୍ୟ ହିତାଧିକାରୀ ଗଜପତି ଜିଲ୍ଲାରେ ରହିଛନ୍ତି.ଯେଉଁ ମାନଙ୍କ ବୟସ ଆଧାର ଓ ଭୋଟରକାର୍ଡ ପଞ୍ଜିକରଣ ବେଳେ ସରକାରୀ ତ୍ରୁଟି ଯୋଗୁଁ ଭୁଲ ତଥ୍ୟ ରହିବା ଯୋଗୁଁ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଓ ବିଭିନ୍ନ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି. ଏମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ଅଟନ୍ତି. ଖାଦ୍ୟ ସୁରକ୍ଷା ଯୋଜନା ସହ ବିଭିନ୍ନ ଭତ୍ତା ପାଇବାରେ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ଭୁଲ ତଥ୍ୟ ଯୋଗୁଁ ସରକାରୀ ସୁବିଧା ନ ପାଇ ବହୁ ଦୁଃଖ କଷ୍ଟ ପାଉଛନ୍ତି. ଏନେଇ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ କରି ଭୁଲ ତଥ୍ୟକୁ ସଂଶୋଧନ କରି ଯୋଗ୍ୟ ହିତାଧିକାରୀଙ୍କୁ ସମସ୍ତ ସରକାରୀ ସୁବିଧା ପ୍ରଦାନ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ