Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ଙ୍କ ଅକାଳ ବିୟୋଗ; ସନ୍ଧ୍ୟା ରେ ପାଳିଥାନ୍ତେ ଭାଇର ଜନ୍ମଦିନ, ଚାଲିଗଲା ଭଉଣୀ ର ଜୀବନ

ଲକ୍ଷ୍ମୀପୁର ୧୭/୦୭ ଲକ୍ଷ୍ମୀପୁର ସିନାଇ ପବ୍ଲିକ ସ୍କୁଲର ଶିକ୍ଷୟତ୍ରୀ ଅନିଶା ମଲିକଙ୍କ  ମାତ୍ର ୨୫ ବର୍ଷ ବୟସରେ ର ମଙ୍ଗଳବାର ରାତିରେ ଅକାଳ ବିୟୋଗ ଘଟିଛି।ସେ ଗତ କିଛି ବର୍ଷ ହେଲା ସିକ୍ଲିସେଲ ( ରକ୍ତହୀନତା ) ରୋଗରେ ପୀଡିତ ଥିଲେ।ପ୍ରତ୍ୟେକ ଦୁଇ ତିନି ମାସରେ ଥରେ ଚିକିତ୍ସା ସକାଶେ ଡାକ୍ତରଖାନା ରେ ଅନିଶା ଭର୍ତି ହୋଇଥାନ୍ତି। ଗତକାଲି ମଧ୍ୟ ଅନିଶା ଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନା ରେ ତାଙ୍କ ବାପା ଆଶିଷ ମଲିକ ଭର୍ତି କରିଥିଲେ କିନ୍ତୁ
ଅନିଶା ଙ୍କ ସ୍ଵାସ୍ଚ୍ୟ ଅବସ୍ଥା ଗୁରୁତ୍ୱ ର ହେବା ରୁ ରାୟଗଡ଼ା ଡାକ୍ତରଖାନା ରେ  ନେଇଥିଲେ କିନ୍ତୁ ଭର୍ତ୍ତି କରିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା।ତାଙ୍କ ମୃତ୍ୟୁ ଖବର ଶୁଣି ସଭିଁଏ ଆଶ୍ଚର୍ୟ୍ଯ ହୋଇ ପଡ଼ିଥିଲେ।ରାତି ସାଢ଼େ ଦଶଟା ରେ ଶିକ୍ଷୟତ୍ରୀ ଙ୍କ ପରିବାର ରହୁଥିବା ଲକ୍ଷ୍ମୀପୁର ନୂଆସାହିକୁ ତାଙ୍କ ମୃତ ଶରୀର ଏକ ଆମ୍ବୁଲାନ୍ସ ଜରିଆରେ ଅଣା ଯିବା ପରେ ଶେଷ ଦର୍ଶନ ପାଇଁ ସାହି ପଡିଶା ଓ ସମ୍ପର୍କୀୟ ଙ୍କ ଭିଡ଼ ଜମିଥିଲା।ମୃତ ଶରୀର ସାହିରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା।ପରେ ରାତି ସାଢ଼େ ବାରଟା ରେ ତାଙ୍କ ମୃତ ଦେହ ଏକ ଆମ୍ବୁଲାନ୍ସ ରେ ନିଜ ଜନ୍ମ ମାଟି କନ୍ଧମାଳ ଜିଲ୍ଲା କଳିଙ୍ଗା ଗ୍ରାମକୁ ନେଇ ସେଠାରେ ବୁଧବାର ଦିନ ଅନ୍ତିମ ସଂସ୍କାର କରାଯାଇଥିଲା।ତାଙ୍କ ପିତା ଲକ୍ଷ୍ମୀପୁର ବ୍ଲକ କାର୍ଯ୍ୟାଳୟର ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ଏଇ ଦୁଃଖଦ ଖବର ଶୁଣି ଲକ୍ଷ୍ମୀପୁର ବିଡ଼ିଓ ଙ୍କ ସମେତ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,ପୂର୍ବତନ ସାଂସଦ ଝିନ ହିକକା,ପୂର୍ବତନ ବିଧାୟକ କୈଳାଶ କୁଲେସିକା ସିନାଇ ପବ୍ଲିକ ସ୍କୁଲ ର କର୍ମଚାରୀ, ଶିକ୍ଷକ ଶିକ୍ଷୟତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ସାଙ୍ଗ ସାଥୀ  ଆତ୍ମୀୟ ମାନେ ତାଙ୍କ ଘରକୁ ଯାଇ ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ଵନା ଦେଇ ଫେରି ଥିଲେ।ଅନିଶା ସିନାଇ ପବଲିକ୍ ସ୍କୁଲରେ ସାତ ବର୍ଷ ଧରି ଇଂରାଜୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ତାଙ୍କର ଅକାଳ ବିୟୋଗ କୁ ନେଇ ସ୍କୁଲ୍ ଦୁଇଦିନ ପାଇଁ ଛୁଟି ଘୋଷଣା କରାଯାଇଛି।ଅଳ୍ପ ବୟସର ଝିଅକୁ ହରାଇ ପିତା ମାତା ଓ ସମସ୍ତ ପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସାଙ୍ଗସାଥୀ ଓ ସହ କର୍ମୀ ମାନେ ଶୋକ ପ୍ରକାଶ କରିଛନ୍ତି।ସବୁଠାରୁ ଦୁଃଖର ବିଷୟ ଏହାକି ଗତକାଲି ସନ୍ଧ୍ୟା ରେ ହାଇଦ୍ରାବାଦ ରୁ ଆସିଥିବା ତାଙ୍କ ସାନଭାଇ ଙ୍କ ର ଜନ୍ମଦିନ ଧୁମ ଧାମ ରେ ପାଳନ କରିବା ସକାଶେ ପ୍ରସ୍ତୁତ ଥିଲେ, ହେଲେ ବିଧିର ବିଧାନ ଥିଲା ଅଲଗା ସନ୍ଧ୍ୟା ସମୟରେ ହଠାତ ଅସୁସ୍ଥ ହେଲେ ଓ ଆର ପାରିକୁ ଚାଲିଗଲେ, ଏହାକୁ ଉପସ୍ଥିତ ଥିବା ଲୋକେ ଜାଣିବା ପରେ ଅଧିକ ଦୁଃଖ ବ୍ୟକ୍ତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ