Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବ ଶତ୍ରୁତାରୁ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ଘଟଣା, ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

କଳାହାଣ୍ଡି : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି ଲାଞ୍ଜିଗଡ଼ ପୁଲିସ।ଅପରପକ୍ଷରେ ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମ୍ରୁତ ସୁବାସଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସେହିପରି ଲାଞ୍ଜିଗଡ଼ ଥାନା କେସ୍ ୩୩/୨୩ ଅନୁଯାୟୀ, ସୁବାସଙ୍କୁ ପିଟିପିଟି ହତ୍ୟା ଅଭିଯୋଗରେ ତାଙ୍କ ପଡୋଶୀ ମନୋଜ ପ୍ରଧାନ, ତାଙ୍କ ସ୍ତ୍ରୀ ମିନତୀ ପ୍ରଧାନ, ମନୋଜଙ୍କ ବଡ଼ଭଉଣୀ ଶାନ୍ତିଲତା ମହାକୁଡ଼, ଭଣଜା ଯୋଗେଶ ମହାକୁଡ଼ଙ୍କୁ ଆଜି ଗିରଫ କରି କୋର୍ଟଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ଯିବାକୁ ପଡ଼ିଛି । ସୂଚନାଯୋଗ୍ୟ ଗତକାଲି ଅପରାହ୍ନରେ ଅଭିଯୁକ୍ତମାନେ ମ୍ରୁତକଙ୍କୁ ମିଳିତ ଭାବେ ଆକ୍ରମଣ କରିବା ସହ ଠେଙ୍ଗାରେ ମାଡ଼ ମାରିଥିଲେ । ଠେଙ୍ଗାରେ ଆକ୍ରମଣ ସହିତ ପ୍ରବଳ ମାଡ଼ ମାରିବା ଯୋଗୁଁ ସୁବାସଙ୍କ ମୁହଁ ଓ ନାକରୁ ପ୍ରଚୁର ରକ୍ତସ୍ରାବ ହେବା ସହ ସେ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ଗୁରୁତର ଭାବେ ତାଙ୍କୁ ଉଦ୍ଧାର କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିଲେ । ଏନେଇ ମ୍ରୁତ ସୁବାସଙ୍କ ପୁଅ ଶୁଭେନ୍ଦୁ ମହାକୁଡ଼ ଲାଞ୍ଜିଗଡ଼ ଥାନାରେ ଅଭିଯୋଗ କରିଥିବାବେଳେ ଥାନାଧିକାରୀ ଉତ୍ତମ କୁମାର ସାହୁ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।