Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ହାଇସ୍କୁଲ ରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ହାଇସ୍କୁଲର ହିନ୍ଦୀ ଶିକ୍ଷକ ନିଲମ୍ବିତ

ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ହାଇସ୍କୁଲ ରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ହାଇସ୍କୁଲର ହିନ୍ଦୀ ଶିକ୍ଷକ ନିଲମ୍ବିତ
ପାରଳାଖେମୁଣ୍ଡି:୨୬/୭( ଗରୁଡ ଧ୍ଵଜ ଚୌଧୁରୀ) ଗଜପତି ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ହାଇସ୍କୁଲ ରେ ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଚନ୍ଦ୍ରଗିରି ସରକାରୀ ବିଦ୍ୟାଳୟର ହିନ୍ଦୀ ଶିକ୍ଷକଙ୍କୁ ଜିଲ୍ଲା ଶିକ୍ଷାଧୂକାରୀ ମାୟାଧର ସାହୁ ନିଲମ୍ବନ କରିଥିବା ସୂଚନା ମିଳିଛି. ଚନ୍ଦ୍ରଗିରି ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସରୋଜ କୁମାର ଭୂୟାଁ ନିଲମ୍ବିତ ହୋଇଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ନାରୀ ନିର୍ଯାତନାକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ନିଲମ୍ବନ ଆଦେଶ ଜିଲ୍ଲା ଶିକ୍ଷାକାରୀ ଦ୍ଵାରା ହୋଇଥିବା ବେଳେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ ରା. ଉଦୟଗିରି ବ୍ଳକ ଶିକ୍ଷାଧୂ କାରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ସେହି ବିଦ୍ୟାଳୟର ଜଣେ ଶିକ୍ଷୟିତ୍ରୀଙ୍କୁ ହିନ୍ଦୀ ଶିକ୍ଷକ ବାରମ୍ବାର ଅସଦାଚରଣ କରିଥିଲେ । ଏନେଇ ସେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ. ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ଶିକ୍ଷା ଅକାରୀ ତ୍ବରିତ ପଦକ୍ଷେପ ନେଇ ଅଭିଯୋଗର ତଦନ୍ତ ପାଇଁ ଏକ ଟିମ୍ ଗଠନ କରିଥିଲେ । ଗତ ଜୁନ ୨୪ରେ ତଦନ୍ତ ପାଇଁ ଟିମ ଚନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟରେ ପହଞ୍ଚୁଥିଲେ । ତଦନ୍ତକାରୀ ଟିମର ରିପୋର୍ଟକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସମ୍ପୃକ୍ତ ହିନ୍ଦୀ ଶିକ୍ଷକଙ୍କୁ ପତ୍ର ସଂଖ୍ୟା ୩୬୯୪ ପ୍ରକାରେ ନିଲମ୍ବନ କରାଯାଇଥିବା ଜିଲ୍ଲା ଶିକ୍ଷାଧୂକାରୀ କହିଛନ୍ତି ।

More Stories