Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେ ଶେଷ ସୁଦ୍ଧା ହୋଇପାରେ ନୂଆ ସଂସଦ ଭବନ ଉଦ୍‌ଘାଟନ; ଚାଲିଛି ଜୋର୍‌ଦାର ପ୍ରସ୍ତୁତି

ନୂଆଦିଲ୍ଲୀ: ସୂଚନା ଅନୁଯାୟୀ ନୂଆ ସଂସଦ ଭବନ ଚଳିତ ମାସ ଶେଷ ସୁଦ୍ଧା ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ ହେବାର ସମ୍ଭାବନା ରହିଛି। ଏଥିପାଇଁ ଚାଲିଛି ଜୋର୍‌ଦାର ପ୍ରସ୍ତୁତି।

ରିପୋର୍ଟ ଅନୁଯାୟୀ ଏହି ଉଦ୍‌ଘାଟନ ମେ ୨୬ରେ ହୋଇପାରେ ବୋଲି ଜଣାପଡ଼ିଛି। କାରଣ ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ରେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ଏହାକୁ ନେଇ କୌଣସି ସ୍ବଷ୍ଟ ସୂଚନା ମିଳିନାହିଁ। ମୋଦୀ ସରକାରଙ୍କର ୯ ବର୍ଷ ପୂର୍ତ୍ତି ଅବସରରେ ନୂଆ ସଂସଦ ଭବନର ଉଦଘାଟନ କରାଯିବ ବୋଲି ସୂଚନା ରହିଛି। ଏହି ନୂଆ ସଂସଦ ଭବନର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ୪ ମହଲା ବିଶିଷ୍ଟ ନୂଆ ସଂସଦ ଭବନରେ ୧୨୨୪ ଜଣ ସାଂସଦ ବସିବା ପାଇଁ ବ୍ୟବସ୍ଥା ରହିଛି ।

ସୂତ୍ରରୁ ପ୍ରକାଶ ଯେ ଜୁଲାଇରୁ ଆରମ୍ଭ ହେବାକୁ ଥିବା ଆଗାମୀ ମୌସୁମୀ ଅଧିବେଶନ ନୂତନ ଭବନରେ ଅନୁଷ୍ଠିତ ହୋଇନପାରେ। ତ୍ରିରଙ୍ଗା ଆକୃତିର ବିଲ୍ଡିଂର ନିର୍ମାଣ ୧୫ ଜାନୁୟାରୀ ୨୦୨୧ ରେ ଆରମ୍ଭ ହୋଇଥିଲା।

More Stories